ଏହି ମାସରେ ବିବାହ କଲେ ଦମ୍ପତି ହୋଇଥାନ୍ତି ସବୁଠୁ ସୁଖୀ

କୁହାଯାଏ ଯୋଡି ଉପରୁ ତିଆରି ହୋଇଥାନ୍ତି। ଭାଗ୍ୟ ଅନୁସାରେ ଆମକୁ ସେହି ବ୍ୟକ୍ତି ମିଳିଥାଏ ଯିଏ ଆମପାଇଁ ଉପଯୁକ୍ତ। ତେବେ କେଉଁ ମାସରେ ବିବାହ କଲେ ଦମ୍ପତି ସବୁଠାରୁ ବେଶି ସୁଖୀ ହୋଇଥାନ୍ତି ଜାଣିବା ସେ ବିଷୟରେ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ନଭେମ୍ବର ମାସରେ ବିବାହ କଲେ ଦମ୍ପତି ସବୁଠାରୁ ଅଧିକ ଖୁସିରେ ରହିଥାନ୍ତି। ଏହି ମାସରେ ବିବାହ କରିଥିବା ଦମ୍ପତି ପରସ୍ପରକୁ ବହୁତ ଭଲରେ ବୁଝିପାରିଥାନ୍ତି। ଏମାନଙ୍କ ପାଇଁ ଭଲପାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ଉପରେ ଧନୁ ରାଶିର ପ୍ରଭାବ ପଡ଼ିଥାଏ।

ଜାନୁୟାରୀ: ବର୍ଷର ପ୍ରଥମ ମାସ ଅର୍ଥାତ ଜାନୁୟାରୀରେ ବିବାହ କରିଥିବା ଲୋକଙ୍କ ଉପରେ କୁମ୍ଭ ରାଶିର ପ୍ରଭାବ ପଡ଼ିଥାଏ। ଏହି ଦମ୍ପତି ଜୀବନରେ ଖୁସିରେ ରହିଥାନ୍ତି। ପରସ୍ପର ମଧ୍ୟରେ ଭଲ ବୁଝାମଣା ହୋଇଥାଏ। ଏମାନେ ନିଜ ଜୀବନସାଥୀଙ୍କୁ କେବେହେଲେ ଧୋକା ଦେଇ ନ ଥାନ୍ତି।

ମାର୍ଚ୍ଚ: ଏମାନଙ୍କ ଉପରେ ମେଷ ରାଶିର ପ୍ରଭାବ ପଡ଼ିଥାଏ। ଏହି ମାସରେ ବିବାହ କରିଥିବା ଦମ୍ପତିଙ୍କ ଜୀବନରେ ଭଲ ଏବଂ ଖରାପ ସମୟ ଆସିଥାଏ। ଦମ୍ପତିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ସବୁବେଳେ ପାଟିତୁଣ୍ଡ ହୋଇଥାଏ।

ଜୁନ୍‌: ଏମାନଙ୍କ ଉପରେ କର୍କଟ ରାଶିର ପ୍ରଭାବ ପଡ଼ିଥାଏ। ଏହି ମାସରେ ବିବାହ କରିଥିବା ଦମ୍ପତି ହସଖୁସିରେ ଜୀବନ ବିତାଇଥାନ୍ତି। ଏମାନେ ପରସ୍ପର ପ୍ରତି ବିଶେଷ ଜତ୍ନବାନ ହୋଇଥାଏ। ଏମାନଙ୍କ ବୈବାହିକ ଜୀବନ ସଫଳ ହୋଇଥାଏ।