ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସଂସ୍କାର…

ଇନ୍ଦୋର,୧୯।୫: ଗୋଟିଏ ଦିନରେ ଗୋଟେ ଘଣ୍ଟା ବ୍ୟବଧାନରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଏବଂ ଅନ୍ତିମ ସଂସ୍କାର ଗୋଟିଏ ଜୁଇରେ ହେବା ଘଟଣା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ବାସ୍ତବ ଜୀବନରେ ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ବିଦିଶାରେ ଘଟିଛି। ଗ୍ୟାରସପୁର ତହସିଲ୍‌ର ମନୋରା ଗାଁରେ ବାସ କରୁଥିବା ୧୦୦ ବର୍ଷ ବୟସ୍କ ପ୍ରତାପ ସିଂ ଅହିରଓ୍ବାରଙ୍କର ସ୍ତ୍ରୀ ୯୫ ବର୍ଷ ବୟସ୍କା ପ୍ରସାଦୀ ବାଈ ଅହିରଓ୍ବାରଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ଘଣ୍ଟା ପରେ ପ୍ରତାପ ସିଂଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦୁହିଁଙ୍କର ଅନ୍ତିମ ସଂସ୍କାର ଶ୍ମଶାନରେ ଗୋଟିଏ ଜୁଇରେ କରାଯାଇଥିବା ସମ୍ପର୍କରେ ପ୍ରତାପଙ୍କ ପୁଅ ଅମର ସିଂ ସୂଚନା ଦେଇଛନ୍ତି। ଦମ୍ପତିଙ୍କୁ ଗ୍ରାମବାସୀ ଅଶ୍ରୁଳ ବିଦାୟ ଦେଇଥିଲେ। ଏବେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share