ଟ୍ରକ ଧକ୍କାରେ ଗଲା ଦମ୍ପତିଙ୍କ ଜୀବନ

ଝୁମ୍ପୁରା,୮।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଢେଙ୍କିକୋଟ ପାଖ କେତାଙ୍ଗ ଗ୍ରାମର ତାପସ ଗିରି ଓ ତାଙ୍କ ସ୍ତ୍ରୀ କୁମୁଦିନୀ।
ସ୍ତ୍ରୀ ସ୍ବାମୀ ବାଇକ୍‌ରେ ରିମୁଳି ଯାଉଥିଲେ। ସେତିକିବେଳେ ଏକ ୧୪ଚକିଆ ଟ୍ରକ୍‌ ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ଗାଡିରୁ ଛିଟିକି ପଡି କିଛି ଦୂର ଘୋଷାଡ଼ି ହୋଇଯାଇଥିଲେ। ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଦ୍ରୁତଗତିରେ ଫେରାର ହୋଇଯାଉଥିଲା। ଘଟଣାସ୍ଥଳରୁ ୫କି.ମି ଦୂର ବାଲିବନ୍ଧ ଗ୍ରାମ ନିକଟରେ ଲୋକେ ଟ୍ରକକୁ ଅଟକାଇ ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଟ୍ରକ୍‌ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।