ଗଞ୍ଜାମ,୨୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଘଟଣା ସ୍ଥଳରେ ଗଞ୍ଜାମ ଥାନା ପୋଲିସ ପହଞ୍ଚି ଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକୋ ଯୋଗୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତ ମହିଳା ଜଣକ ଝାଡ଼କୁଦା ଅଞ୍ଚଳର ବୋଲି ଜଣାପଡିଛି l
ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ, ସ୍ବାମୀ ଏକ ସ୍କୁଟି ଯୋଗେ ବ୍ରହ୍ମପୁରରୁ ଘରକୁ ଫେରୁଥିବା ବେଳେ ମହିଳା ଜଣକ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ପଛରୁ ଆସୁଥିବା ଏକ ଟ୍ରକ ମହିଳାଙ୍କୁ ଚାପିଦେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା।
ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।