Categories: ଫୁରସତ

ଜେସିବିରେ ବସି ବେଦୀକୁ ଯାଉଥିଲେ ବରକନ୍ୟା, ହଠାତ୍‌ ଖସିପଡ଼ିଲେ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଅନେକ ସମୟରେ ବହୁ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ କଷ୍ଟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ବି ଚକିତ ହେବେ।

ଭିଡିଓରେ ବରକନ୍ୟା ଏକ ଜେସିବିରେ ବସିଥିବା ଦେଖିବାକୁ ମିଳିଛି। ଦୁଇଜଣ ସ୍ବତନ୍ତ୍ର ଭାବରେ ବିବାହ ସମାରୋହକୁ ଏଣ୍ଟ୍ରି ମାରୁଥିଲେ। ଏହି ସମୟରେ ଜେସିବିଟି ମୋଡ଼ି ହୋଇଗଲା। ଫଳରେ ବରକନ୍ୟା ଗଳିପଡ଼ିଲେ। ଏହା ଦେଖି ବିବାହ ଉତ୍ସବରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିଡିଓଟି ଏବେ ଟୁଇଟରରେ ଭାଇରାଲ ହେଉଛି। ଏନେଇ ୟୁଜରମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

 

ବର ଏକ କଳା ରଙ୍ଗର କୋଟ୍‌ ପ୍ୟାଣ୍ଟ ପିନ୍ଧିଥିବା ବେଳେ କନ୍ୟା ଧଳା ରଙ୍ଗ ଡ୍ରେସ୍‌ରେ ନଜର ଆସିଛନ୍ତି। ଜେସିବି ବକେଟ୍‌ରେ ବସି ଭିନ୍ନ ଏକ ଷ୍ଟାଇଲ୍‌ରେ ଏଣ୍ଟ୍ରି କରିଥାନ୍ତେ। ମାତ୍ର ଏହି ସମୟରେ ଜେସିବିର ଅନ୍ୟ ଏକ ଭାଗ ଖୋଲିଗଲା। ଫଳରେ ଉଚ୍ଚରୁ ଟେବୁଲ ଉପରେ ଗଳିପଡ଼ିଲେ ବରକନ୍ୟା।

ଟୁଇଟରରେ ଭିଡିଓଟିକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଏହି ଘଟଣା କେଉଁ ଦିନର ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ମାତ୍ର ୟୁଜରମାନେ ସୋସିଆଲ ମିଡିଆରେ ଭିଡିଓକୁ ଦେଖି ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବରକନ୍ୟା ବସିଛନ୍ତି ବୋଲି ଜେସିବି ବୋଧେ ଭୁଲିଗଲା। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ବେଶ୍‌ କୌତୂହଳ ଦୃଶ୍ୟ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏମିତି କରିବା ଠିକ୍‌ ନୁହଁ। କିଛି ୟୁଜର ଭିଡିଓକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରିଛନ୍ତି।

Share