Categories: ଜାତୀୟ

ଡେଲିଭରୀ ଫି ଦେଇ ନ ପାରିବାରୁ ନବଜାତ ଶିଶୁକୁ ୧ ଲକ୍ଷ ଟଙ୍କାରେ ବିକିଦେଲେ ଦମ୍ପତି

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶର ଆଗ୍ରା ସହରରୁ ଏକ ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା ଡେଲିଭରୀ ଫି ବାବଦକୁ ୩୫ ହଜାର ଟଙ୍କା ହସ୍ପିଟାଲକୁ ପଇଠ କରିପାରି ନ ଥିଲେ। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦମ୍ପତ୍ତିଙ୍କଠାରୁ ଏକ ଲକ୍ଷ ଟଙ୍କା ବିନିମରେ ନବଜାତ ଶିଶୁକୁ କିଣି ନେଇଛନ୍ତି। ତେବେ ଅଭିଯୋଗ ହୋଇଛି ଯେ, ହସ୍ପିଟାଲ କର୍ତ୍ତୃପକ୍ଷ ଦମ୍ପତ୍ତିଙ୍କଠାରୁ ଶିଶୁଟିକୁ ନେଇଯାଇଥିଲେ। ଏବଂ ପରେ କାଗଜରେ ଟିପ ଚିହ୍ନ ଦେଇ ଶିଶୁଟିକୁ ତାଙ୍କଠାରୁ କିଣି ନେଇଥିଲେ।
ମୁତାବକ ୩୬ ବର୍ଷୀୟା ବବିତା ନାମକ ଜଣେ ମହିଳା ଗତ ସପ୍ତାହରେ ଅସ୍ତ୍ରୋପଚାର ମାଧ୍ୟମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବବିତାଙ୍କ ସ୍ବାମୀ ଜଣେ ରିକ୍ସା ଚାଳକ। ବବିତା ଅଭିଯୋଗ କରିଛନ୍ତି ଯେ, ଜଣେ ଆଶାକର୍ମୀ ତାଙ୍କ ଘରକୁ ଆସି ମାଗଣାରେ ପ୍ରସବ ହେବ କହି ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ହସ୍ପିଟାଲରେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ପ୍ରସବ କରାଇଥିଲେ। ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଫି ବାବଦକୁ ୩୫ ହଜାର ଟଙ୍କା ମାଗିଥିଲେ। ଏହାପରେ ସେମାନେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିଥିଲେ। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ସାଧା କାଗଜରେ ସେମାନଙ୍କ ଟିପ ଚିହ୍ନ ନେଇଯାଇଥିଲେ। ଏହାପରେ ସେ ଓ ତାଙ୍କ ସ୍ବାମୀ ଜାଣିବାକୁ ପାଇଥିଲେ ଯେ, ସେମାନେ ତାଙ୍କ ନବଜାତ ଶିଶୁକୁ ଏକ ଲକ୍ଷ ଟଙ୍କା ବିନିମୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିକ୍ରି କରିଦେଇଛନ୍ତି। ଅପରପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ସେମାନେ ଏହି ନବଜାତ ଶିଶୁକୁ କିଣି ନାହାନ୍ତି। ବରଂ ଏହି ଦମ୍ପତ୍ତି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଛାଡ଼ି ପଳାଇଛନ୍ତି।

Share