ଦମ୍ପତିଙ୍କୁ ଗୁଳିକରି ହତ୍ୟା ଘଟଣା: ମାସେ ପରେ ବି ସୁରାକ୍‌ ପାଉନି ପୋଲିସ

ବଡ଼ବିଲ,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗତ ନଭେମ୍ବର ୨୮ ରାତିରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା ଘଟଣାର ଏକ ମାସ ପରେ ବି ପୋଲିସକୁ ଅପରାଧୀମାନଙ୍କ ସମ୍ପର୍କରେ ସୁରାକ ମିଳିପାରିନି। ସନ୍ଦେହରେ ତଦନ୍ତ ଜାରି ରଖିଛି ପୋଲିସ।

ସୂଚନାନୁଯାୟୀ, ଗତ ନଭେମ୍ବର ୨୮ ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଲସର୍ଦା ଗ୍ରାମରେ ଥିବା ଲକ୍ଷ୍ମୀଧରଙ୍କ ତେଜରାତି ଦୋକାନରେ ପହଞ୍ଚି ୪ ଅଜଣା ମୁଖାପିନ୍ଧା ଦୁର୍ବୃତ୍ତ ପେଟ୍ରୋଲ ମାଗିଥିଲେ। ଲକ୍ଷ୍ମୀଧର ପେଟ୍ରୋଲ ଦେବା ପରେ ଜଣେ ଦୁର୍ବୃତ୍ତ ଆଉ ୧ ଲିଟର ପେଟ୍ରୋଲ ମାଗିଥିଲେ। ଏହି ସମୟରେ ଅନ୍ୟ ୩ ଜଣ ପାଚେରି ଡେଇଁ ଅଗଣା ଭିତରକୁ ପ୍ରବେଶ କରି ଲକ୍ଷ୍ମୀଧରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ତ୍ରୀ ମଞ୍ଜୁଲତା ଆସି ଦୁର୍ବୃତ୍ତମାନଙ୍କୁ ବାଧା ଦେବାବେଳେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧରଙ୍କ ଛାତି ଓ ମୁଣ୍ଡକୁ ଗୁଳି ଚଳାଇଥିଲେ। ଏହାପରେ ମଞ୍ଜୁଲତାଙ୍କ ପେଟକୁ ଗୁଳି ଚଳାଇଥିଲେ। ସେମାନଙ୍କ ପାଟି ଶୁଣି ପୁଅ ହିମାଂଶୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ବି ଭୁଜାଲିରେ ଆକ୍ରମଣ ଉଦ୍ୟମ କରିବାରୁ କୌଣସିମତେ ସେଠାରୁ ଖସିଯାଇ ହିମାଂଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ହତ୍ୟା ଘଟଣା ପରେ ବଡ଼ବିଲ ସବଡିଭିଜନାଲ ପୋଲିସ ଅଫିସର ସନ୍ତୋଷ କୁମାର ବାରିକ୍‌, କେନ୍ଦୁଝର ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାସ୍ଥଳରୁ ନମୂନା ସଂଗ୍ରହ କରିଥିଲାବେଳେ ବଲାଣୀ ପୋଲିସ କେସ୍‌ ନଂ ୬୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଘଟଣାସ୍ଥଳରୁ ଅପରାଧୀମାନଙ୍କର ଜ୍ୟାକେଟ, ଜୋତା, ଟୋପି ଓ ଏକ ଦାଉଲିକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଥିଲେ ହେଁ ଆଜିକୁ ୩୧ ଦିନ ବିତି ଯାଇଥିଲେ ସୁଦ୍ଧା ଅପରାଧୀଙ୍କର କୌଣସି ଟେର୍‌ ମିଳିପାରନାହିଁ। ଏପରିକି ହତ୍ୟାକାଣ୍ଡର ପ୍ରକୃତ କାରଣ ମଧ୍ୟ ଏଯାଏ ସ୍ପଷ୍ଟ ହୋଇପାରିନି। ବଲାଣୀ ପୋଲିସ ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଉକ୍ତ ଗ୍ରାମର ଅନେକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ହେଁ କିଛି ସୁଫଳ ମିଳିପାରି ନ ଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଥିଲେ ହେଁ ଇତିମଧ୍ୟରେ ଏକ ମାସ ବିତିଗଲାଣି। ହେଲେ ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି।

ଏ ନେଇ ବଲାଣୀ ଥାନା ଇନ୍ସପେକ୍ଟର ବିଦେଶୀ ବାଗ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ଡକାୟତି ଉଦ୍ୟମ ନିମନ୍ତେ ଏହି ଆକ୍ରମଣ ହୋଇଥିବା ସନ୍ଦେହ ରହିଛି। ସନ୍ଦିଗ୍ଧମାନେ ଫେରାର ଥିବାରୁ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ସନ୍ଦିଗ୍ଧମାନେ ସେହି ଗ୍ରାମର ହୋଇ ନ ଥିବା ଥାନାଧିକାରୀ କହିଛନ୍ତି। ହତ୍ୟାକାଣ୍ଡ ପରେ ଲସର୍ଦା ଗ୍ରାମରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଖୁବ୍‌ଶୀଘ୍ର ପୋଲିସ ଘଟଣାର  ପର୍ଦ୍ଦାଫାଶ କରି ଅପରାଧୀମାନଙ୍କ ମୁଖା ଖୋଲିବ ବୋଲି ଲୋକେ ଆଶା କରିଥିଲେ ହେଁ ତାହା ନିରାଶାରେ ପରିଣତ ହୋଇଛି। ଅପରାଧୀମାନେ ଧରା ନ ପଡ଼ିବା ଓ ହତ୍ୟାକାଣ୍ଡର କାରଣ ଜଣା ନ ପଡ଼ିବା ପୋଲିସ ବିଭାଗର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିୁଥିବାରୁ ଜଣେ ଦକ୍ଷ ପୋଲିସ ଅଫିସରଙ୍କ ଦ୍ୱାରା ହତ୍ୟା ଘଟଣାର ତଦନ୍ତ କରାଯିବା ନିମନ୍ତେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri