ଦୁର୍ଘଟଣାରେ ଦମ୍ପତି ମୃତ

ଲାଠୋର, ୨୯ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଅଧୀନ ଗଇନ୍ଦିମାଲ ନିକଟ ଲାନ୍ଥନଦୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଇନ୍ଦିମାଲ ଅଶୋକ ମଝି(୨୬) ଓ ତାଙ୍କ ସ୍ତ୍ରୀ ଲଳିତା ମଝି(୨୩) l ଲଳିତା ଗର୍ଭବତୀ ଥିଲେ। ତୁରେକେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଦ୍ଧାର କାର୍ଯ୍ୟ ସରିଲେ ମାମଲା ରୁଜୁ ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି। ସାରେ ଲଳିତା ଅସୁସ୍ଥ ଅନୁଭବ କରିବାରୁ ଅଶୋକ ବାଇକରେ ତାଙ୍କୁ ଲାଠୋର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ଦେଖାଇ ଘରକୁ ଫେରୁଥିବା ବେଳେ କଣ୍ଟାବାଞ୍ଜି ପଟୁ ଲାଠୋର ଆଡକୁ ଆସୁଥିବା ୭୦୯ ଟ୍ରକ(ନଂ ସିଜି-୦୪-ଜେସି-୬୦୮୫) ତାଙ୍କୁ ସାମ୍ନା ପଟରୁ ଜୋରରେ ଧକ୍କା ଦେଇ କିଛି ଦୂର ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ବାଇକ ଚୂରମାର ହୋଇଯାଇଛି।