ଚାଲିଥିଲା ଅନ୍‌ଲାଇନ୍‌ ବୈଠକ: କ୍ୟାମେରା ସମ୍ମୁଖରେ ଏମିତି କିଛି ଭୁଲ କରି ବସିଲେ ଦମ୍ପତି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ବ୍ରାସିଲିଆ,୧୯ା୮: କରୋନା ମହାମାରୀ ଯୋଗୁ ଅଧିକାଂଶ ଅଫିସ୍‌ ବନ୍ଦ ରହିଛି। ତେବେ ବନ୍ଦ ଥିବା ଅଫିସଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଅନ୍‌ଲାଇନରେ କରାଯାଉଛି। ସମସ୍ତ ବୈଠକ ବା ସଭା ଅନ୍‌ଲାଇନ୍‌ ଭିଡିଓ କଲ୍‌ ମାଧ୍ୟମରେ କରାଯାଉଛି। ଏଭଳି ପରିସ୍ଥିତିରେ ଅନେକ ଲୋକ କ୍ୟାମେରା ଆଗରେ ଭୁଲ୍‌ କରି ବସନ୍ତି ଯାହା ପରବର୍ତ୍ତୀ ସମୟରେ ଧରା ପଡ଼ିଥାଏ। ବ୍ରାଜିଲରେ ଏହିପରି ଏକ ଘଟଣା ଘଟିଛି। ଭିଡିଓ କଲ୍‌ ପରେ ଏକ ଦମ୍ପତି କ୍ୟାମେରା ବନ୍ଦ କରି ନ ଥିବାରୁ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଛି।

ବ୍ରାଜିଲର ରିଓ ଡି ଜେନେରିଓରେ ସିଟି କାଉନସିଲର ଏକ ସରକାରୀ ବୈଠକ ବସିଥିଲା। ରିପୋର୍ଟ ଅନୁଯାୟୀ, ମହାମାରୀ ସମୟରେ ମ୍ୟୁନିସିପାଲିଟି ସିଷ୍ଟମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ କିପରି ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସହରର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ହଠାତ୍‌ ଜଣେ ସଦସ୍ୟ ବୈଠକ ଛାଡ଼ି ଚାଲିଗଲେ। କିନ୍ତୁ କ୍ୟାମେରା ବନ୍ଦ କରିବାକୁ ଭୁଲି ସେ ନିଜ ସ୍ତ୍ରୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ମାତିଗଲେ।


ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ବନ୍ଦ ନ କରି ପରବର୍ତ୍ତୀ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଉପସ୍ଥିତ କାଉନସିଲରମାନେ ଦମ୍ପତିଙ୍କ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରି ସେମାନଙ୍କର ବୈଠକ ଜାରି ରଖିଥିଲେ।


ଏହି ବୈଠକରେ ଉପସ୍ଥିତ ଥିବା ସମାଜବାଦ ଏବଂ ଲିବର୍ଟି ପାର୍ଟିର ନେତା ଲିଓନେଲ ବ୍ରିଜୋଲା କହିଛନ୍ତି ଯେ, ଏହା ଘଟିବା ମାତ୍ରେ ଆମେ ତୁରନ୍ତ ଅଡିଓ ଏବଂ ଭିଡିଓ କଣ୍ଟ୍ରୋଲ ଦଳକୁ ଫିଡ୍‌ ବନ୍ଦ କରିବାକୁ କହିଥିଲୁ। କ୍ୟାମେରାରେ ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share