Categories: ଜାତୀୟ

ବ୍ୟାଙ୍କରେ ନକଲି ସୁନା ରଖି ୨ କୋଟି ଋଣ ନେଇଥିଲେ ଦମ୍ପତି

ଥାଣେ, ୪।୨: ବ୍ୟାଙ୍କରେ ସୁନା ଅଳଙ୍କାର ରଖି ଲୋକେ ଋଣ ନେଇଥାନ୍ତି। ତେବେ ମହାରାଷ୍ଟ୍ର ଥାଣେ ଜିଲାରେ ଥିବା ସମବାୟ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୨ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର, ଅଳଙ୍କାର ମୂଲ୍ୟାଙ୍କନକାରୀଙ୍କ ସମେତ ୨ ଦମ୍ପତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପାଲଘର ଜିଲାର ମୋଖଡ଼ା ଥାନା ପୋଲିସ ଅଭିଯୁକ୍ତ ହେମନ୍ତ ଉଦାବନ୍ତ ଏବଂ ତାଙ୍କ ସ୍ତ୍ରୀଙ୍କୁ ସେମାନଙ୍କ ଗାଁରୁ ଗିରଫ କରିଛି। ୨୦୧୬ଠାରୁ ସେମାନେ ଫେରାର ଥିଲେ।

Share