ପୁଣି ଲକ୍‌ଡାଉନ୍‌ ମୁହାଁ ଦେଶ, ୧୦ ରାଜ୍ୟର ୨୭ ଜିଲାରେ କରୋନା ବେକାବୁ…

ନୂଆଦିଲ୍ଲୀ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ପୁଣି ଆତଙ୍କ ସୃଷ୍ଟି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ୧୦ ରାଜ୍ୟର ୨୭ ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଫଳରେ ପୁଣି ଦେଶ ଲକ୍‌ଡାଉନ୍‌ ମୁହାଁ ହୋଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ୍‌ ଚିନ୍ତ ବୃଦ୍ଧି ପାଇଛି। କେତେକ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଛୁଇଁଥିବାବେଳେ ଅନ୍ୟ ଜିଲାରେ ଏହା ୫ ପ୍ରତିଶତ ଉପରେ ରହିଛି।

କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ପାଳନ ଜାରି କରାଯାଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜୋ ଭୁଷଣ ଏନେଇ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ମଧ୍ୟ ଲେଖା ଯାଇଛି। ମିଜୋରାମ, କେରଳ, ସିକିମ୍‌ ଆଦି ରଜ୍ୟର ୮ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଟପିଛି। ଅନ୍ୟ ୭ ରାଜ୍ୟର ୧୯ ଜିଲାରେ ସଂକ୍ରମଣ ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି।

ମିଜୋରାମର ହନ୍ନାଥିୟାଲ ଜିଲାରେ ସଂକ୍ରମଣ ହାର ୨୨.୩୭ ପ୍ରତିଶତ ଥିବାବେଳେ ସେରଛିପ୍‌ ଜିଲାରେ ଏହା ୧୯.୨୯ ପ୍ରତିଶତ ରହିଛି। ସେହିପରି ଏଠାକାର ୩ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଛି। କେରଳର ୨ ଏବଂ ସିକିମ୍‌ର ଗୋଟିଏ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଏହାକୁ ନେଇ ଆରଟିପିସିଆର୍‌ ଟେଷ୍ଟ ସଂଖ୍ୟା ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share