Categories: ଜାତୀୟ

‘ନେହେରୁ, ଗାନ୍ଧୀ ପରିବାର ପାଇଁ ଦେଶ ବଞ୍ଚିଛି’

ମୁମ୍ବାଇ, ୯ା୫: ଭାରତରେ କରୋନାର ଘାତକ ସଂକ୍ରମଣବେଳେ ବାହାର ଦେଶଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି। କିନ୍ତୁ ମୋଦି ସରକାର ଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ମନମୋହନ ସିଂଙ୍କୁ ନେଇ ଗଠିତ ଭାରତୀୟ ବ୍ୟବସ୍ଥା ଦେଶକୁ ବର୍ତ୍ତମାନ କରୋନା ଭଳି ଅନେକ କଠିନ ସମୟରେ ସାହାଯ୍ୟ କରିଛି। ସେହି ନେହେରୁ ଓ ଗାନ୍ଧୀ ପରିବାର ପାଇଁ ଆଜି ଦେଶ ବଞ୍ଚିଛି ବୋଲି କେନ୍ଦ୍ର ଭାଜପା ସରକାରଙ୍କୁ ସମାଲୋଚନା କରି ଶିବସେନା ପକ୍ଷରୁ କୁହାଯାଇଛି। ପୂର୍ବରୁ ପାକିସ୍ତାନ, ର୍ବାଣ୍ଡା, ଏବଂ କଙ୍ଗୋ ଭଳି ଦେଶ ଅନ୍ୟମାନଙ୍କ ସାହାଯ୍ୟ ନେଉଥିଲେ। କିନ୍ତୁ ଆଜିର ଶାସକଙ୍କ ଭୁଲ ନୀତି ଯୋଗୁ ଭାରତ ସେହି ପରିସ୍ଥିତି ଦେଇ ଗତି କରୁଛି ବୋଲି ଶିବସେନା କହିଛି।

Share