‘ଦେଶରେ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ’

ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା): ବର୍ତ୍ତମାନ ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ କରୁଥିବା ୭୦ ପ୍ରତିଶତ ଟିକସଦାତା ନୂତନ ଆୟକର ବ୍ୟବସ୍ଥାରେ ଆୟକର ରିଟର୍ନ ଦାଖଲ କରିଛନ୍ତି। ବ୍ୟବସାୟ ଚାମ୍ବର ପିଏଚ୍‌ଡି ହାଉସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ପୋଷ୍ଟ ବଜେଟ ଅଧିବେଶନକୁ ସମ୍ବୋଧିତକରି ମାଲହୋତ୍ରା କହିଛନ୍ତି, ବର୍ତ୍ତମାନ ଦେଶରେ ଏକ ପୁରୁଣା ଆୟକର ବ୍ୟବସ୍ଥା ଏବଂ ଏକ ନୂତନ ଆୟକର ବ୍ୟବସ୍ଥା ରହିଛି। ମାତ୍ର ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ। ଗତ ୨୩ ତାରିଖରେ ବଜେଟ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆୟକର ଅଧିନିୟମ ୧୯୬୧ର ସମୀକ୍ଷା ଘୋଷଣା କରିଛନ୍ତି, ଯାହା ୬ ମାସ ମଧ୍ୟରେ ପୂରଣ ହେବ। ରାଜସ୍ବ ସଚିବ କହିଛନ୍ତି, ଆୟକର ଅଧିନିୟମର ସମୀକ୍ଷା ଏକ ବଡ଼ କାର୍ଯ୍ୟ। କାରଣ ଏହି ଅଧିନିୟମ ୧୬୦୦ ପୃଷ୍ଠାର । ଏହି ଅଧିନିୟମକୁ ସମୀକ୍ଷା କରିବା ଏକ ବଡ ଆହ୍ବାନ। ପୁଞ୍ଜି ଲାଭ ଟିକସ ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୦.୫ ଲକ୍ଷ ରିଟର୍ନ ଅଧ୍ୟୟନ କରିଥିଲୁ ଯେଉଁଥିରେ ଜମି ଏବଂ କୋଠାଘରରୁ ପୁଞ୍ଜି ଲାଭ ମିଳିଥିଲା। ସେ କହିଛନ୍ତି, ୨୦୨୨-୨୩ରେ ରିଅଲ ଇଷ୍ଟେଟ ଉପରେ ପ୍ରଭାବଶାଳୀ ଦୀର୍ଘକାଳୀନ କ୍ୟାପିଟାଲ ପୁଞ୍ଜି ଲାଭ ହାର ୧୧.୫୪ ପ୍ରତିଶତ ଥିଲା, ଯାହା ଦରମା ଉପରେ ଆୟକରଠାରୁ କମ୍‌। ଏଭଳି ପରିସ୍ଥିତିରେ ରିଅଲ ଇଷ୍ଟେଟ ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ, ସମ୍ପତ୍ତି ବିକ୍ରୟ ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସ ହିସାବ କରିବାକୁ ସୂଚକାଙ୍କ ଲାଭ ରଦ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri