Categories: ଜାତୀୟ

ଧାର୍ମିକ କଠୋରତା-ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି ଦେଶ: ହମିଦ୍‌ ଅନସାରୀ

ନୂଆଦିଲ୍ଲୀ,୨୧।୧୧: କରୋନା ମହାମାରୀ ପୂର୍ବରୁ ଦେଶରେ ଧାର୍ମିକ କଠୋରତା ଏବଂ ଆକ୍ରାମକ ରାଷ୍ଟ୍ରବାଦ କବଳରେ ପଡ଼ିଛି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବିଭାଜନ ଚିନ୍ତା ଧାରା ସୃଷ୍ଟି ହେବାରେ ଲାଗିଛି। କଂଗ୍ରେସ ସଦସ୍ୟ ଶଶି ଥରୁର୍‌ଙ୍କ ପୁସ୍ତକ ‘ ଦି ବ୍ୟାଟେଲ ଅଫ୍‌ ଓ୍ବିଲିଙ୍ଗଟନ୍‌’ର ଭର୍ଚୁଆଲ୍‌ ଉନ୍ମୋଚନ ଉତ୍ସବରେ ଯୋଗଦେଇ ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ଏଭଳି କହିଛନ୍ତି। ଲୋକଙ୍କ ମଧ୍ୟରେ ଆମେ ଏବଂ ସେମାନେ ଚିନ୍ତା ଧାରାର ସୃଷ୍ଟି କରାଯାଉଛି। ଯାହାକି ଦେଶର ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ଏହା ,ବେ ମହାମାରୀ ଭଳି ସମାଜରେ ବ୍ୟାପିବାରେ ଲାଗିଛି। ଏପରିସ୍ଥଳେ ଦେଶପ୍ରେମ ଭାବନା ହିଁ ସର୍ବୋକୃଷ୍ଟ ବୋଲି ସେ କହିଛନ୍ତି।

Share