ବୃଦ୍ଧି ପାଉଛି ଦେଶର ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୩୧ା୧୨: ଚଳିତ ବର୍ଷର ନଭେମ୍ବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପୂର୍ଣ୍ଣ ବର୍ଷର ବଜେଟ୍‌ ଆକଳନର ୫୯ % ନିକଟତର ହୋଇଛି। ଏପରିକି ଶୁକ୍ରବାର କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ (ସିଜିଏ)ଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏପରିକି ପ୍ରକୃତ ଅର୍ଥରେ ଏହା ବ୍ୟୟ ଏବଂ ରାଜସ୍ବ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଥାଏ ବୋଲି କୁହାଯାଉଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଅବଧି ମଧ୍ୟରେ ୯,୭୮,୧୫୪ କୋଟି ଟଙ୍କା ଥିଲା। ଗତ ବର୍ଷ ଅନୁରୂପ ଅବଧିରେ ୨୦୨୧-୨୨ର ବଜେଟ୍‌ ଆକଳନରୁ ନିଅଣ୍ଟ ୪୬.୨% ଥିଲା। ୨୦୨୨-୨୩ ପାଇଁ ସରକାରଙ୍କ ଆର୍ଥିକ ନିଅଣ୍ଟ ୧୬.୬୧ ଲକ୍ଷ କୋଟି କିମ୍ବା ଜିଡିପିର ୬.୪% ବୋଲି ଆକଳନ କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ମାସ ମଧ୍ୟରେ ଦେଶର ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇ ପ୍ରାୟ ୯.୭୮ ଲକ୍ଷ କୋଟି ଟଙ୍କାରେ ରହିଛି। ଏହା ସରକାରଙ୍କ ଆର୍ଥିକ ବର୍ଷର ଲକ୍ଷ୍ୟର ପ୍ରାୟ ୫୯% (୫୮.୯) ବୋଲି କୁହାଯାଉଛି। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ଦେଶର ବିତ୍ତୀୟ ନିଅଣ୍ଟ ୪୬.୨% ପ୍ରତିଶତ ରହିଥିଲା। ବିଶେଷକରି ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନରୁ ଏହା ଜଣାପଡିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ମଧ୍ୟରେ ସରକାରଙ୍କ ରାଜସ୍ବ ବଢି ୧୪.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ସରକାରଙ୍କ ଖର୍ଚ୍ଚ ଏହି ଅବଧି ମଧ୍ୟରେ ୨୪.୪୩ ଲକ୍ଷ କୋଟି ଟଙ୍କାରେ ରହିଛି। ଏହା ଚଳିତ ଆର୍ଥିକ ବର୍ଷର ବଜେଟ ଲକ୍ଷ୍ୟର ୬୪.୧% ଏବଂ ୬୧.୯%। ଏଥିରେ ରାଜସ୍ବ ୧୪.୨୩ ଲକ୍ଷ କୋଟି ଟଙ୍କା ରହିଥିଲା। ୧୨.୨୫ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହରୁ ଏବଂ ୧.୯୮ ଲକ୍ଷ କୋଟି ଅଣଟିକସରୁ ଆସିଛି ବୋଲି କୁହାଯାଇଛି। ଟିକସ ରେଭେନ୍ୟୁ ବଜେଟ ଲକ୍ଷ୍ୟର ୬୩.୩% ଏବଂ ଅଣ-ଟିକସ ରେଭେନ୍ୟୁରୁ ୭୩.୫% ଅନ୍ତଭୁର୍କ୍ତ ରହିଛି। ଗତ ଆର୍ଥିକ ବର୍ଷର ସମାନ ଅବଧିର ୭୩.୫% ଏବଂ ୯୧.୮ ରୁ କମ୍‌ ରହିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ (ଏକ୍ସସାଇଜ୍‌ ଡ୍ୟୁଟି) ହ୍ରାସ କରିଥିଲେ। ଏହାଦ୍ୱାରା ସରକାରଙ୍କ ରାଜସ୍ବହାନି ହୋଇଥିଲା। ଏପରିକି ସରକାରଙ୍କ ଦ୍ୱାରା ଚଳିତ ବର୍ଷ କରାଯାଉଥିବା ଅତିରିକ୍ତ ଖର୍ଚ୍ଚ ଯୋଗୁ ବିତ୍ତୀୟ ନିଅଣ୍ଟ ସରକାରଙ୍କ ଅନୁମାନଠାରୁ ୧ଲକ୍ଷ କୋଟି ଟଙ୍କା ଅଧିକ ରହିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

ଅଲୋଡା ରେକର୍ଡ କଲେ ଅଭିଷେକ ଶର୍ମା: ଟି-୨୦ରେ ଓପନର ଭାବେ…

ସାନୋ, ୨୩।୯: ଜାପାନ ବିପକ୍ଷ ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମାଙ୍କ ପାଇଁ ନିରାଶାଜନକ ରହିଛି। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ…

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?