ବୃଦ୍ଧି ପାଉଛି ଦେଶର ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୩୧ା୧୨: ଚଳିତ ବର୍ଷର ନଭେମ୍ବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପୂର୍ଣ୍ଣ ବର୍ଷର ବଜେଟ୍‌ ଆକଳନର ୫୯ % ନିକଟତର ହୋଇଛି। ଏପରିକି ଶୁକ୍ରବାର କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ (ସିଜିଏ)ଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏପରିକି ପ୍ରକୃତ ଅର୍ଥରେ ଏହା ବ୍ୟୟ ଏବଂ ରାଜସ୍ବ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଥାଏ ବୋଲି କୁହାଯାଉଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଅବଧି ମଧ୍ୟରେ ୯,୭୮,୧୫୪ କୋଟି ଟଙ୍କା ଥିଲା। ଗତ ବର୍ଷ ଅନୁରୂପ ଅବଧିରେ ୨୦୨୧-୨୨ର ବଜେଟ୍‌ ଆକଳନରୁ ନିଅଣ୍ଟ ୪୬.୨% ଥିଲା। ୨୦୨୨-୨୩ ପାଇଁ ସରକାରଙ୍କ ଆର୍ଥିକ ନିଅଣ୍ଟ ୧୬.୬୧ ଲକ୍ଷ କୋଟି କିମ୍ବା ଜିଡିପିର ୬.୪% ବୋଲି ଆକଳନ କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ମାସ ମଧ୍ୟରେ ଦେଶର ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇ ପ୍ରାୟ ୯.୭୮ ଲକ୍ଷ କୋଟି ଟଙ୍କାରେ ରହିଛି। ଏହା ସରକାରଙ୍କ ଆର୍ଥିକ ବର୍ଷର ଲକ୍ଷ୍ୟର ପ୍ରାୟ ୫୯% (୫୮.୯) ବୋଲି କୁହାଯାଉଛି। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ଦେଶର ବିତ୍ତୀୟ ନିଅଣ୍ଟ ୪୬.୨% ପ୍ରତିଶତ ରହିଥିଲା। ବିଶେଷକରି ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନରୁ ଏହା ଜଣାପଡିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ମଧ୍ୟରେ ସରକାରଙ୍କ ରାଜସ୍ବ ବଢି ୧୪.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ସରକାରଙ୍କ ଖର୍ଚ୍ଚ ଏହି ଅବଧି ମଧ୍ୟରେ ୨୪.୪୩ ଲକ୍ଷ କୋଟି ଟଙ୍କାରେ ରହିଛି। ଏହା ଚଳିତ ଆର୍ଥିକ ବର୍ଷର ବଜେଟ ଲକ୍ଷ୍ୟର ୬୪.୧% ଏବଂ ୬୧.୯%। ଏଥିରେ ରାଜସ୍ବ ୧୪.୨୩ ଲକ୍ଷ କୋଟି ଟଙ୍କା ରହିଥିଲା। ୧୨.୨୫ ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହରୁ ଏବଂ ୧.୯୮ ଲକ୍ଷ କୋଟି ଅଣଟିକସରୁ ଆସିଛି ବୋଲି କୁହାଯାଇଛି। ଟିକସ ରେଭେନ୍ୟୁ ବଜେଟ ଲକ୍ଷ୍ୟର ୬୩.୩% ଏବଂ ଅଣ-ଟିକସ ରେଭେନ୍ୟୁରୁ ୭୩.୫% ଅନ୍ତଭୁର୍କ୍ତ ରହିଛି। ଗତ ଆର୍ଥିକ ବର୍ଷର ସମାନ ଅବଧିର ୭୩.୫% ଏବଂ ୯୧.୮ ରୁ କମ୍‌ ରହିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ (ଏକ୍ସସାଇଜ୍‌ ଡ୍ୟୁଟି) ହ୍ରାସ କରିଥିଲେ। ଏହାଦ୍ୱାରା ସରକାରଙ୍କ ରାଜସ୍ବହାନି ହୋଇଥିଲା। ଏପରିକି ସରକାରଙ୍କ ଦ୍ୱାରା ଚଳିତ ବର୍ଷ କରାଯାଉଥିବା ଅତିରିକ୍ତ ଖର୍ଚ୍ଚ ଯୋଗୁ ବିତ୍ତୀୟ ନିଅଣ୍ଟ ସରକାରଙ୍କ ଅନୁମାନଠାରୁ ୧ଲକ୍ଷ କୋଟି ଟଙ୍କା ଅଧିକ ରହିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri