Categories: ଜାତୀୟ

ଦଳ ନୁହେଁ ଦେଶ ବଡ଼: ମୋଦି

ନୂଆଦିଲ୍ଲୀ,୬।୪: ଦଳ ନୁହେଁ ଭାଜପା ପାଇଁ ସବୁବେଳେ ଦେଶ ହିଁ ବଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ୪୧ ତମ ସ୍ଥାପନା ଦିବସ ଅବସରରେ ପ୍ରକାଶ କରିଛନ୍ତି। ଭାଜପାର କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କ ସେବା କରି ଭାଜପା ଆଗକୁ ବଢ଼ିଥିବା ସେ କହିଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟ ଆଧାରରେ ଭାଜପାର ବିଜୟ ଯାତ୍ରା ଜାରି ରହିଛି। ଦେଶର ବିଭିନ୍ନ ରାଜ୍ୟ ଏବଂ ଜିଲାରେ ଦଳର କାର୍ଯ୍ୟକର୍ତ୍ତା ପିଢ଼ି ପରେ ପିଢ଼ି କାର୍ଯ୍ୟ କରୁଥିବା ମୋଦି ପ୍ରକାଶ କରିଛନ୍ତି। ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ ଦଳକୁ ବାଟ ଦେଖାଇଥିଲେ। ସେହିପରି ଲାଲ୍‌କୃଷ୍ଣ ଆଡଓ୍ବାଣୀ, ମୂରଲୀ ମନୋହର ଯୋଶୀ ପ୍ରମୁଖ ଦଳକୁ ଆଗକୁ ବଢ଼ାଇଥିବା ମୋଦି କହିଛନ୍ତି। ଅଟଳ ବିହାରୀ ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର କୌଣସି ବୁଝାମଣା କରି ନ ଥିଲେ। ତାଙ୍କ ଆଗରେ ଦଳ ତୁଳନାରେ ଦେଶ ବଡ଼ ଥିଲା ବୋଲି ମୋଦି କହିଛନ୍ତି।

Share