‘ଆଦାନୀ ମାମଲାରେ ଦେଶର ଛବି ପ୍ରଭାବିତ ହୋଇନାହିଁ’

ନୂଆଦିଲ୍ଲୀ,୫।୨: ଗତ କିଛି ଦିନ ହେବ ସାରା ଦେଶ ଏପରିକି ବିଶ୍ୱରେ ମଧ୍ୟ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଦୀର୍ଘ ଦିନ ଧରି ଚୁପ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଆଦାନୀ ଗ୍ରୁପ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବିଶେଷକରି ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ମାମଲାରେ ଭାରତର ଛବି ଅଥବା ଆର୍ଥିକସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ନିର୍ମଳା ମତପ୍ରକାଶ କରିଛନ୍ତି। ସେହିଭଳି ଗତ ୨ ଦିନ (ଶୁକ୍ରବାର ଓ ଶନିବାର) ଧରି ସଂସଦରେ ବିରୋଧୀ ଦଳମାନେ ଆଦାନୀ ଗ୍ରୁପର ଶେୟାର ମୂଲ୍ୟ ହ୍ରାସ ସହ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ହଟ୍ଟଗୋଳ କରିବା ସହ ଓ ଅର୍ଥମନ୍ତ୍ରୀଙ୍କ ଜବାବ ମାଗିଥିଲେ। ଫଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଉକ୍ତ ଘଟଣା ସମ୍ପର୍କରେ ସଫେଇ ଦେଇ କହିଛନ୍ତି ଏଥିଯୋଗୁ ଭାରତରେ କୌଣସି ପ୍ରକାର ପରିବର୍ତ୍ତନ ପ୍ରଭାବିତ ହେବାର ଆଶଙ୍କା ନାହିଁ। ଏପରିକି ଗତ ୨ ଦିନ ମଧ୍ୟରେ ଆମର ବୈଦେଶିକ ମୁଦ୍ରାଭଣ୍ଡାରରେ ୮ମିଲିୟନ ଡଲାର ବୃଦ୍ଧି ହୋଇଛି। ବିଶେଷକରି ଭାରତୀୟ ଇକ୍ୟୁଟି ବଜାରରେ ଆଇପିଓ, ଏଫପିଓର ଯିବା ଆସିବା ଲାଗି ରହିଛି। ସେହିଭଳି ଅର୍ଥମନ୍ତ୍ରୀ ଦେଶବାସୀ ଓ ନିବେଶକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ନିୟାମକ ତାଙ୍କ କାମ କରିବେ। ଏପରିକି ଭାରତୀୟ ରଜର୍ଭ ବ୍ୟାଙ୍କ (ଆରବିଆଇ) ଉକ୍ତ ମାମଲାରେ ମଧ୍ୟ ବୟାନ ଜାରି କରିସାରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏଫପିଓ ପ୍ରତ୍ୟାହାର ହୋଇଛି, ତେବେ ବିରୋଧୀ ଦଳ ସଂସଦରେ ଉକ୍ତ ପ୍ରସଙ୍ଗର ମିଳିତ ସଂସଦୀୟ ସମିତି (ଜେପିସି) ଯାଞ୍ଚ ଲାଗି ଦାବି କରୁଥିଲେ। ତେବେ ଏହା ପୂର୍ବରୁ ଆରବିଆଇ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସ୍ଥିର ଥିବା କହିଥିଲେ। ସେହିପରି ଆରବିଆଇ ନିଜେ ସତର୍କ ଥିବା ଓ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ସ୍ଥିରତା ଉପରେ ନଜର ରଖିଥିବା କହିଥିଲେ। ତେବେ ଆଦାନୀ ଗ୍ରୁପ ତାଙ୍କ ଫ୍ଲାଗଶିପ୍‌ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍‌ଙ୍କ ୨୦,୦୦୦ କୋଟି ଟଙ୍କାର ଫଲୋ ଅନ ପବ୍ଲିକ୍‌ ଅଫର (ଏଫପିଓ) ବୁଧବାର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ୨୦ ହଜାର କୋଟି ଟଙ୍କା ଲାଗି ସବସ୍କ୍ରିପସନ ନିମନ୍ତେ ୨୭ ଜାନୁୟାରୀରେ ଏଫପିଓ ଖୋଲିଥିଲା ଓ ୩୧ ଜାନୁୟାରୀରେ ଫୁଲ ସବସ୍କ୍ରାଇବ୍‌ ହେବା ପରେ କ୍ଲୋଜ ହୋଇଥିଲା। ସେହିପରି ଫଲୋଅନ ପବ୍ଲିକ୍‌ ଅଫରକୁ ସେକେଣ୍ଡାରୀ ଅଫରିଂ ଭାବେ ମଧ୍ୟ ଜଣାଯାଏ। ଏହା ଏକ ଏପରି ପ୍ରୋସେସ୍‌ ଯେଉଁଥିରେ ଷ୍ଟକ୍‌ ଏକ୍ସଚେଞ୍ଜରେ ଲିଷ୍ଟେଡ କମ୍ପାନୀ ତାଙ୍କ ଶେୟାରଧାରୀଙ୍କ ସମେତ ନୂଆ ନିବେଶକଙ୍କୁ ମଧ୍ୟ ଶେୟାର ଜାରି କରିଥାନ୍ତି। ତେବେ ଏହା ପୂର୍ବରୁ ୨୪ ଜାନୁୟାରୀରେ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହା ପରଠାରୁ ଆଦାନୀ ଗ୍ରୁପ କମ୍ପାନୀଙ୍କ ଶେୟାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଏପରିକି ହିଣ୍ଡେନବର୍ଗ ତାଙ୍କ ରିପୋର୍ଟରେ ଆଦାନୀ ଗ୍ରୁପଙ୍କ ଲିଷ୍ଟେଡ ୭କମ୍ପାନୀର ୮୫% ଓଭର ଭାଲ୍ୟୁଡ ସମ୍ପର୍କରେ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରିଥିଲା ଯେ ଆଦାନୀ ସମୂହ ଦୀର୍ଘ ଦଶନ୍ଧିରୁ ଷ୍ଟକ୍‌ ହେରଫେର ଓ ମନିଲଣ୍ଡରିଂରେ ଲାଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri