‘ଆଦାନୀ ମାମଲାରେ ଦେଶର ଛବି ପ୍ରଭାବିତ ହୋଇନାହିଁ’

ନୂଆଦିଲ୍ଲୀ,୫।୨: ଗତ କିଛି ଦିନ ହେବ ସାରା ଦେଶ ଏପରିକି ବିଶ୍ୱରେ ମଧ୍ୟ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଦୀର୍ଘ ଦିନ ଧରି ଚୁପ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଆଦାନୀ ଗ୍ରୁପ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବିଶେଷକରି ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ମାମଲାରେ ଭାରତର ଛବି ଅଥବା ଆର୍ଥିକସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ନିର୍ମଳା ମତପ୍ରକାଶ କରିଛନ୍ତି। ସେହିଭଳି ଗତ ୨ ଦିନ (ଶୁକ୍ରବାର ଓ ଶନିବାର) ଧରି ସଂସଦରେ ବିରୋଧୀ ଦଳମାନେ ଆଦାନୀ ଗ୍ରୁପର ଶେୟାର ମୂଲ୍ୟ ହ୍ରାସ ସହ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ହଟ୍ଟଗୋଳ କରିବା ସହ ଓ ଅର୍ଥମନ୍ତ୍ରୀଙ୍କ ଜବାବ ମାଗିଥିଲେ। ଫଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଉକ୍ତ ଘଟଣା ସମ୍ପର୍କରେ ସଫେଇ ଦେଇ କହିଛନ୍ତି ଏଥିଯୋଗୁ ଭାରତରେ କୌଣସି ପ୍ରକାର ପରିବର୍ତ୍ତନ ପ୍ରଭାବିତ ହେବାର ଆଶଙ୍କା ନାହିଁ। ଏପରିକି ଗତ ୨ ଦିନ ମଧ୍ୟରେ ଆମର ବୈଦେଶିକ ମୁଦ୍ରାଭଣ୍ଡାରରେ ୮ମିଲିୟନ ଡଲାର ବୃଦ୍ଧି ହୋଇଛି। ବିଶେଷକରି ଭାରତୀୟ ଇକ୍ୟୁଟି ବଜାରରେ ଆଇପିଓ, ଏଫପିଓର ଯିବା ଆସିବା ଲାଗି ରହିଛି। ସେହିଭଳି ଅର୍ଥମନ୍ତ୍ରୀ ଦେଶବାସୀ ଓ ନିବେଶକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ନିୟାମକ ତାଙ୍କ କାମ କରିବେ। ଏପରିକି ଭାରତୀୟ ରଜର୍ଭ ବ୍ୟାଙ୍କ (ଆରବିଆଇ) ଉକ୍ତ ମାମଲାରେ ମଧ୍ୟ ବୟାନ ଜାରି କରିସାରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏଫପିଓ ପ୍ରତ୍ୟାହାର ହୋଇଛି, ତେବେ ବିରୋଧୀ ଦଳ ସଂସଦରେ ଉକ୍ତ ପ୍ରସଙ୍ଗର ମିଳିତ ସଂସଦୀୟ ସମିତି (ଜେପିସି) ଯାଞ୍ଚ ଲାଗି ଦାବି କରୁଥିଲେ। ତେବେ ଏହା ପୂର୍ବରୁ ଆରବିଆଇ ନିବେଶକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସ୍ଥିର ଥିବା କହିଥିଲେ। ସେହିପରି ଆରବିଆଇ ନିଜେ ସତର୍କ ଥିବା ଓ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ସ୍ଥିରତା ଉପରେ ନଜର ରଖିଥିବା କହିଥିଲେ। ତେବେ ଆଦାନୀ ଗ୍ରୁପ ତାଙ୍କ ଫ୍ଲାଗଶିପ୍‌ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍‌ଙ୍କ ୨୦,୦୦୦ କୋଟି ଟଙ୍କାର ଫଲୋ ଅନ ପବ୍ଲିକ୍‌ ଅଫର (ଏଫପିଓ) ବୁଧବାର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ୨୦ ହଜାର କୋଟି ଟଙ୍କା ଲାଗି ସବସ୍କ୍ରିପସନ ନିମନ୍ତେ ୨୭ ଜାନୁୟାରୀରେ ଏଫପିଓ ଖୋଲିଥିଲା ଓ ୩୧ ଜାନୁୟାରୀରେ ଫୁଲ ସବସ୍କ୍ରାଇବ୍‌ ହେବା ପରେ କ୍ଲୋଜ ହୋଇଥିଲା। ସେହିପରି ଫଲୋଅନ ପବ୍ଲିକ୍‌ ଅଫରକୁ ସେକେଣ୍ଡାରୀ ଅଫରିଂ ଭାବେ ମଧ୍ୟ ଜଣାଯାଏ। ଏହା ଏକ ଏପରି ପ୍ରୋସେସ୍‌ ଯେଉଁଥିରେ ଷ୍ଟକ୍‌ ଏକ୍ସଚେଞ୍ଜରେ ଲିଷ୍ଟେଡ କମ୍ପାନୀ ତାଙ୍କ ଶେୟାରଧାରୀଙ୍କ ସମେତ ନୂଆ ନିବେଶକଙ୍କୁ ମଧ୍ୟ ଶେୟାର ଜାରି କରିଥାନ୍ତି। ତେବେ ଏହା ପୂର୍ବରୁ ୨୪ ଜାନୁୟାରୀରେ ହିଣ୍ଡେନବର୍ଗ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହା ପରଠାରୁ ଆଦାନୀ ଗ୍ରୁପ କମ୍ପାନୀଙ୍କ ଶେୟାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଏପରିକି ହିଣ୍ଡେନବର୍ଗ ତାଙ୍କ ରିପୋର୍ଟରେ ଆଦାନୀ ଗ୍ରୁପଙ୍କ ଲିଷ୍ଟେଡ ୭କମ୍ପାନୀର ୮୫% ଓଭର ଭାଲ୍ୟୁଡ ସମ୍ପର୍କରେ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରିଥିଲା ଯେ ଆଦାନୀ ସମୂହ ଦୀର୍ଘ ଦଶନ୍ଧିରୁ ଷ୍ଟକ୍‌ ହେରଫେର ଓ ମନିଲଣ୍ଡରିଂରେ ଲାଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?