Categories: ଫୁରସତ

ଏହି ଦେଶର ଲୋକଙ୍କୁ ଦେବାକୁ ପଡ଼େନି ଇନ୍‌କମ୍‌ ଟ୍ୟାକ୍ସ

ବଜେଟ ସମୟରେ ଭାରତର ମଧ୍ୟବିତ୍ତ ବର୍ଗଙ୍କ ନଜର ଇନ୍‌କମ୍‌ ଟ୍ୟାକ୍ସ ଉପରେ ରହିଥାଏ। ଏହି ଟ୍ୟାକ୍ସ ସ୍ଲେଭ୍‌ରୁ ସାଧାରଣ ଲୋକଙ୍କ ବର୍ଷକ ପାଇଁ ଟ୍ୟାକ୍ସ ଆକଳନ କରାଯାଇଥାଏ। ଏହି ଆଧାରରେ ଜଣେ ବ୍ୟକ୍ତି ନିଜର ବଜେଟ ପ୍ରସ୍ତୁତ କରିଥାଏ। ଭାରତରେ ଲୋକଙ୍କୁ ଇନ୍‌କମ୍‌ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ମାତ୍ର ଏମିତି ଦେଶ ଅଛି, ଯେଉଁଠି ଲୋକଙ୍କୁ ଆଦୌ ଇନ୍‌କମ୍‌ ଟ୍ୟାକ୍ସ ଦେବାକୁ ପଡ଼ି ନ ଥାଏ।


ସାଉଦିଆରବର ନାଗରିକଙ୍କୁ ଇନ୍‌କମ୍‌ ଟ୍ୟାକ୍ସ ଦେବାକୁ ପଡ଼ି ନ ଥାଏ। ସାଉଦିଆରବ ତେଲ କାରବାରରେ ବେଶ୍‌ ଜଣାଶୁଣା। ଯେଉଁଥିରୁ ଏହି ଦେଶର ପ୍ରଚୁର ଆମଦାନୀ ହୋଇଥାଏ। ଖାସ୍‌ ଏହି କାରଣରୁ ସାଉଦିଆରବର ନାଗରିକମାନଙ୍କଠାରୁ ଟ୍ୟାକ୍ସ ନିଆଯାଏ ନାହିଁ।


ସେହିପରି କତର, ଓମାନ, କୁବେତର ନାଗରିକଙ୍କଠାରୁ ମଧ୍ୟ ଇନ୍‌କମ୍‌ ଟ୍ୟାକ୍ସ ନିଆଯାଏ ନାହିଁ। କାରଣ ଏହି ଦେଶଗୁଡ଼ିକ ଧନୀ ଦେଶ ଭାବରେ ଜଣାଶୁଣା।

Share