ଆରମ୍ଭ ହେଲା ଭୋଟ ଗଣନା

ଭୁବନେଶ୍ୱର,୪ା୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପ୍ରକାଶ କରିଛନ୍ତି।

ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ମୋଟ ୩,୫୮୯ ଟେବୁଲରେ ଭୋଟ ଗଣନା ହେବ। ଭୋଟ ଗଣନା ସକାଶେ ବିଧାନସଭା ପାଇଁ ୧,୭୯୯ ଏବଂ ଲୋକ ସଭା ପାଇଁ ୧,୭୯୦ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ।

୬୦ଟି ହଲ୍‌ରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ଅଲଗା ଅଲଗା ଟେବୁଲରେ ଗଣନା ହେବ। ମାତ୍ର ୮୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ଅଲଗା ଅଲଗା କାଉଣ୍ଟିଂ ସେଣ୍ଟର କରାଯାଇଛି। ଭାରତର ନିର୍ବାଚନ କମିଶନ ଭୋଟ ଗଣନା ତଦାରଖ କରିବାକୁ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।

୧୩୯ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡ ଗଣନା ହେବ। ତେବେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ରାଇରଙ୍ଗପୁର, ବିଷମକଟକ, ସାରସକଣା, ଆଳି, ଚିତ୍ରକୁଣ୍ଡା, ପାଟକୁରା, ମୋହନା ଓ ଲୋଇସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଗଣନା ପାଇଁ ସମୟ ଲାଗିବାକୁ ଥିବାରୁ ସେଠାରେ ୩୦ରୁ ଅଧିକ ରାଉଣ୍ଡ ଗଣନା ହେବ ବୋଲି ସିଇଓ ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବାଲଟ ମିଳିଛି। ପ୍ରତି କାଉଣ୍ଟିଂ ସେଣ୍ଟରରେ ଜଣେ ଲେଖାଏ ଏଆରଓ ରହିବେ। ଏଥିସହିତ ତାଙ୍କୁ ସହାୟତା କରିବାକୁ ଅତିରିକ୍ତ ଏଆରଓ ରହିବେ। ସଂସଦୀୟ କ୍ଷେତ୍ର ପାଇଁ ୫୧୭ ଏବଂ ବିଧାନସଭା ପାଇଁ ୭୧୨ ଜଣ ଏଆରଓ ନିୟୋଜିତ ହୋଇଛନ୍ତି। ୨୦ଟି ସଂସଦୀୟ କ୍ଷେତ୍ର ପାଇଁ ଜିଲାପାଳ ତଥା ରିଟର୍ନିଂ ଅଫିସର ରହିବେ। ଭୋଟ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସେଠାରେ ୬୦ କମ୍ପାନୀ ଓ ୧ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍‌) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି। ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ସିଏପିଏଫ୍‌, ଆଇଆରବି କିମ୍ବା ଅନ୍ୟ ରାଜ୍ୟରୁ ଆସିଥିବା ସୁରକ୍ଷା କର୍ମୀ ସାଧାରଣତଃ ନିର୍ବାଚନ ଶେଷ ହେବା ପରେ ଫେରି ଯାଇଥାଆନ୍ତି। ମାତ୍ର ଗୃହ ବିଭାଗ ଅନୁରୋଧକ୍ରମେ ସେହି ସୁରକ୍ଷା କର୍ମୀମାନେ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ କରାଯାଇଛି। ଏଥିସହିତ ସିସିଟିଭି ମନିଟରିଂ ପାଇଁ ବ୍ୟବସ୍ଥା ହୋଇଛି। ଗାର୍ଡ ଡାଇରି ଜରିଆରେ ତଥ୍ୟ ରଖାଯିବ। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri