Categories: ଜାତୀୟ

‘କଂଗ୍ରେସକୁ ଭୟ କରୁଛନ୍ତି ମୋଦି’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଭୟ କରୁଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ସଂସଦରେ ମୋଦି କଂଗ୍ରେସକୁ ଟାର୍ଗେଟ କରିବା ପରେ ରାହୁଲ କହିଛନ୍ତି, ମୋଦି କଂଗ୍ରେସକୁ ଡରୁଛନ୍ତି। କାରଣ କଂଗ୍ରେସ ସବୁବେଳେ ସତ କହିଥାଏ। ମୁଁ ସଂସଦରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲି। ପ୍ରଥମ କଥା ହେଉଛି ଦୁଇଟି ହିନ୍ଦୁସ୍ତାନ ତିଆରି କରାଯାଉଛି, ସେଥିମଧ୍ୟରୁ ଗୋଟିଏ କୋଟି ଲୋକଙ୍କ ପାଇଁ ଏବଂ ଅନ୍ୟଟି କିଛି ଧନୀ ଲୋକଙ୍କ ପାଇଁ ଏବଂ ଦ୍ୱିତୀୟଟି ହେଉଛି ଆମର ଗୋଟିଏ ପରେ ଗୋଟିଏ ସଂସ୍ଥା ଘରୋଇ ଅଧିନକୁ ଚାଲି ଯାଉଛି। ତୃତୀୟଟି ହେଉଛଭାରତର ଭୁଲ୍‌ ବିଦେଶ ନୀତି ଯୋଗୁ ଚାଇନା ଏବଂ ପାକିସ୍ତାନ ସାମୀରେ ମଜଭୁତ୍‌ ହେବା ପ୍ରସଙ୍ଗ। କିନ୍ତୁ ଏହି ସବୁ ପ୍ରସଙ୍ଗରେ କୌଣସି ଜବାବ ରଖି ନାହାନ୍ତି ପ୍ରଧାନମନ୍ତ୍ରୀ। ନେହେରୁ ସାରା ଜୀବନ ଦେଶ ସେବା କରିଥିଲେ, ତାଙ୍କ ବିଷୟରେ କାହାରିଠାରୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ଆମ ପରିବାରର ଅନ୍ୟ ଲୋକମାନେ ମଧ୍ୟ ବହୁତ କିଛି କରିଛନ୍ତି ବୋଲି ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ସଂସଦରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ବିରୋଧରେ ପ୍ରବଳ ବର୍ଷିଥିଲେ। କୋଭିଡ ପ୍ରଥମ ଲହର ସଂକ୍ରମଣ ପାଇଁ ମୋଦି କଂଗ୍ରେସକୁ ଦାୟୀ କରିଥିଲେ।

Share