୧୫ ନଂ ଜୋନ୍‌ରେ ଚାଲିଛି ଗଣତି

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୫ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଏଥିପାଇଁ ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ ନାୟକ ପ୍ରମୁଖ ସ୍ଥିତି ସମୀକ୍ଷା କରୁଛନ୍ତି। ବିଜୟୀ ଓ୍ବାର୍ଡ ସଭ୍ୟଙ୍କ ନାମ ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା କରାଯାଉଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ରମ୍ଭା ଆଇଆଇସି ଦିପ୍ତୀରଞ୍ଜନ ବେହେରା ପ୍ରମୁଖ ଘନଘନ ଗଣତି କେନ୍ଦ୍ର ପରିଦର୍ଶନ କରୁଛନ୍ତି। ବଡ଼ ବଜାର ଭାରତୀ ବିଦ୍ୟାପୀଠ ଷ୍ଟାଡିୟମ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କରାଯାଇଛି ଏବଂ ଗୋଟିଏ ପଟ ରାସ୍ତା ସିଲ୍‌ କରାଯାଇଛି। ଏହି ୧୫ ଜୋନ୍‌ ଅଧିନସ୍ଥ ୭ଟି ପଞ୍ଚାୟତ ଭୋଟ୍‌ ଗଣତି ଜାରି ରହିଛି।