୧୪ରୁ ପୁଣି ହାତୀ ଗଣନା

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ)- ରାଜ୍ୟ ସରକାର ପ୍ରଥମ ଥର ପାଇଁ ବର୍ଷକୁ ଦୁଇଥର ହାତୀ, ବାଘ ଓ ଅନ୍ୟ ବନ୍ୟପ୍ରାଣୀ ଗଣନା କରିବାକୁ ଯାଉଛନ୍ତି। ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୧ଟି ବନଖଣ୍ଡରେ ହାତୀ ଗଣନା ହେବ।

ଗୁରୁବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ଏଥିପାଇଁ ଏକ ତାଲିମ ଶିବିର ହୋଇଯାଇଛି। ଏଥିରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରି ହାତୀ ଗଣନା କିଭଳି ହେବ ସେ ସମ୍ପର୍କରେ ତାଲିମ ଦେଇଥିଲ। ବନଖଣ୍ଡରେ ୭୫ଟି ୟୁନିଟ ହୋଇଥିବା ଜଣାପଡିଛି। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ।

ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡରେ ମଧ୍ୟ ହାତୀ ଗଣନା ପାଇଁ ପ୍ରସ୍ତୁତି ଚାଲିଛି। ଡିଏଫଓ ବିନୋଦ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ଚାଲିଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଗଣନା ପାଇଁ ଏକାଧିକ ୟୁନିଟ ଗଠନ ହୋଇଛି। ହାତୀ ଗଣନା ସମୟରେ ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନେ କର୍ମଚାରୀଙ୍କୁ ସହଯୋଗ କରିବେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପ୍ରତି ଦୁଇ ବର୍ଷରେ ଥରେ ହାତୀ ଗଣନା କରନ୍ତି। କୋଭିଡ୍‌ ପରଠୁ କେନ୍ଦ୍ର ସରକାର ଆଉ ହାତୀ ଗଣନା କରିନାହାଁନ୍ତି । ତେବେ ଗତ ମାର୍ଚ୍ଚ ମାସରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ବର୍ତ୍ତମାନ ପୁଣି ହାତୀ ଗଣନା ପାଇଁ ପଦକ୍ଷେପ ନିଆଯାଇଛି। ବର୍ଷକୁ ଦୁଇଥର ହାତୀ ଗଣନା ହେଲେ ସେମାନଙ୍କ ବଂଶ ବୃଦ୍ଧି, ପ୍ରକୃତ ସଂଖ୍ୟା ନିରୂପଣ ଏବଂ ଗତିବିଧି ସମ୍ବନ୍ଧରେ ଜାଣିହେବ।

ସେହିଭଳି ରାଜ୍ୟରେ ପୁଣି ବାଘ ଗଣନା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ମାସେ ବ୍ୟାପୀ ବାଘ ଗଣନା ପ୍ରକ୍ରିୟା ଚାଲିବ। ବାଘ ଗଣନାକୁ ସମ୍ପୂର୍ଣ୍ଣ ଗୋପନୀୟ ଭାବେ କରାଯାଉଛି। ବର୍ତ୍ତମାନ ଜଙ୍ଗଲରେ ଟ୍ରାପ କ୍ୟାମେରା ଲାଗିଥିବାରୁ ଅବାଧରେ ଘୁରିବୁଲିଥିବା ଶିକାରୀଙ୍କୁ ଠାବ କରିବା ସହଜ ହେବ। ଉକ୍ତ କ୍ୟାମେରା ଉପରେ କର୍ମଚାରୀମାନେ ୨୪ ଘଣ୍ଟିଆ ନଜର ରଖିଥିବା ଜଣାପଡିଛି। ବନ୍ୟଜନ୍ତୁ ଗଣନା ସମୟରେ ଯେଭଳି କୌଣସି ତଥ୍ୟ ବାହାରକୁ ନ ଯିବ ସେଥିପାଇଁ କର୍ମଚାରୀମାନଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତାଗିଦ କରିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri