୧୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ସହ ଛପା ମେଶିନ ଜବତ

ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଗରିଫ କରିଛି ପୋଲିସ।

ସୂଚନାନୁଯାୟୀ, ଦୀର୍ଘଦିନ ସମ୍ବଲପୁର ଅଞ୍ଚଳରେ ନକଲି ନୋଟ୍‌ କାରବାର ହେଉଥିବାର ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ରବିବାର ଚଢ଼ାଉ କରିଛି। ଘଟଣାସ୍ଥଳରୁ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ୍‌ ସହ ନୋଟ୍‌ ଛପାଯାଉଥିବା ମେଶିନ ମଧ୍ୟ ଜବତ ହୋଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବରଗଡ଼ ଓ ଛତିଶଗଡ଼ର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ର ଭଟଲି ଗୋପାଳପୁରର ସାଗର ସାହା, ଅଶୋକ ସାହୁ, ବରଗଡ଼ ଅମ୍ବାଭୋନାର ଶିବଶଙ୍କର ବନିଆ, ଅମ୍ବାଭୋନା କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ଼ ରାୟଗଡ଼ କୋଶିରର ସୂର୍ଯ୍ୟନାରାୟଣ ନିରାଲୀ, ଅଭିରାମ ଝାଙ୍ଗଡେ। ତେବେ ଏମାନଙ୍କ ଲିଙ୍କ୍‌ ଅନ୍ତଃରାଜ୍ୟ ଲିଙ୍କ୍‌ ରହିଥିବାବେଳେ ଏସବୁ ଟଙ୍କା ଚାଲାଣ ହେଉଥିଲା। ଜବତ ହୋଇଥିବା ୧୩ ଲକ୍ଷ ୮୫ ହଜାର ଟଙ୍କା ମଧ୍ୟ ୨ ହଜାର, ୫୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌ ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ପି। ଏମାନଙ୍କଠାରୁ ଗୋଟିଏ ମୋଟରସାଇକେଲ, ଧଳା ପେପର ବଣ୍ଡଲ, କଟର ମେଶିନ, ପ୍ରିଣ୍ଟର ଓ ହ୍ବାଇଟନର୍‌ ଜବତ ହୋଇଛି।