ନକଲି ପାନମସଲା କାରଖାନା ଠାବ: ମାଲିକ ଗିରଫ

କଟକ ସଦର, ୧୬।୧(ଡି.ଏନ୍‌.ଏ.): କଟକ ଜିଲା ସଦର ଥାନା ଅଧୀନ ଆମଣ ପଞ୍ଚାୟତର ଶାସୋଳ ଗ୍ରାମରେ ଶୁକ୍ରବାର ପୋଲିସ ଚଢାଉ କରି ନକଲି ପାନମସଲା କାରଖାନା ଠାବ କରିଛି। ସେଠାରୁ ୧୨ କୁଇଣ୍ଟାଲ ନିମ୍ନମାନର ଗୁଣ୍ଡି, ଜର୍ଦ୍ଦା ପ୍ରସ୍ତୁତି ସାମଗ୍ରୀ, ୨ କୁଇଣ୍ଟାଲ ରାସାୟନିକ ଦ୍ରବ୍ୟ, ନାମୀଦାମୀ କମ୍ପାନୀର ଗୁଣ୍ଡି ଓ ଜର୍ଦ୍ଦା ଡବା ଓ ଗୁଡାଖୁ ଜବତ କରାଯାଇଛି। ଏହି ଘଟଣାରେ କାରଖାନା ମାଲିକ ଦୁର୍ଗାଚରଣ ଦଳେଇଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନାରେ ମାମଲା(ନଂ.୩୫/୨୧) ରୁଜୁ ହୋଇଛି। ୨୦୦୭ରୁ ଉକ୍ତ କାରଖାନାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇ ଜଗତ୍‌ସିଂହପୁର, ଭଦ୍ରକ ସମେତ ସ୍ଥାନୀୟ ହାଟ ଓ ବଜାରରେ ବିକ୍ରି ହେଉଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଏହି ଚଢାଉରେ କଟକ ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ଅନୀତା ସାହୁ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ ମହାନ୍ତି ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ସଦର ଥାନା ଅଞ୍ଚଳରେ ନକଲି ଘିଅ ଓ ଚା’ପତି କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଥିଲା। ସେହିପରି ପୂର୍ବରୁ କଟକ ସହରର ନକଲି ମସଲା, ଘିଅ, ସିମେଣ୍ଟ କାରଖାନାରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ମେଶିନ ଜବତ ହୋଇଥିଲା। ଏଥିସହ ସହରରୁ ଅପମିଶ୍ରିତ ପନିର୍‌ ମଧ୍ୟ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri