ନକଲି ସିମେଣ୍ଟ କାରଖାନା ଠାବ: ୪ ଅଟକ

କଳିଙ୍ଗନଗର,୨୫।୬(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାକୁ ପୋଲିସ ଗୁରୁବାର ରାତିରେ ଠାବ କରିଛି। ଏଥିସହିତ ଘଟଣାସ୍ଥଳରୁ ପାଖାପାଖି ୨୦୦ ବସ୍ତାରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ଜବତ କରିଛି। ଏହି ଘାଟଣାରେ ପୋଲିସ ୪ଜଣ (ସିମେଣ୍ଟ କାରଖାନାର ସୁପରଭାଇଜର, ମାଲିକ, ଟ୍ରକ୍‌ ଡ୍ରାଇଭର ଓ ଟ୍ରକ ମାଲିକ)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ନକଲି କାରଖାନାର ମାଲିକ ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ପୋଲିସ ଥାନାରେ ଅଟକ ରଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଅଛନ୍ତିକି ନାହିଁ ପୋଲିସଠାରୁ କୌଣସି ସୂଚନା ମିଳିନାନହିଁ। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଅଟକ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରୁନାହିଁ। ତେବେ ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାଶ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇ ଦେବାକୁ ପୋଲିସ ଉପରେ ଚାପ ପଡୁଥିବା ଚର୍ଚ୍ଚା ଜୋର ଧରିଛି।
ଯୋଗ୍ୟ, ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ନକଲି ସିମେଣ୍ଟ କାରଖାନା ଚାଲିଥିଲା। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏକ ପୁରୁଣା ରାଇସ ମିଲ ମେଶିନ ପୋଲିସ ଦେଖିଥିଲା। ଏହି ମେଶିନରେରେ ନଷ୍ଟ ହୋଇଯାଇଥିବା ମୁଣ୍ଡା ସିମେଣ୍ଟକୁ ଗୁଣ୍ଡ କରାଯାଇ ଅଲଟ୍ରାଟେକ ନାମ ଲେଖାଥିବା ସିମେଣ୍ଟ ବସ୍ତାରେ ଭର୍ତ୍ତି କରି ବିକ୍ରି କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରି କି ନକଲି ସିମେଣ୍ଟକୁ ଅସଲି ସିମେଣ୍ଟଠାରୁ ମାତ୍ର ୨୦ରୁ ୩୦ଟଙ୍କା କମ ମୂଲ୍ୟରେ ବିକ୍ରି କରି ସମ୍ପୃକ୍ତ ମାଲିକ ମାଲାମାଲ ହେଉଥିଲେ। ତେବେ କଳିଙ୍ଗନଗର-ଚଣ୍ଡିଖୋଲ ତ୍ୱରିତ ରାଜପଥର ୨୦୦ ମିଟର ଦୂରରେ ଏହି କାରଖାନା ଚାଲୁଥିଲେ ମଧ୍ୟ ପୋଲିସ ଜାଣି ନ ପରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri