ଟିକାକରଣ ପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ: କୋଭିଶିଲ୍ଡକୁ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡ୍‌କୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଜରୁରୀକାଳୀନ ସ୍ଥିତିରେ କୋଭିଶିଲ୍ଡରେ ପ୍ରୟୋଗ କରାଯିବା ଲାଗି ଭାରତ ସରକାରଙ୍କ ଅନୁମତି ଦେବାର ଆଶା ରହିଛି। ସିରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ଆବେଦନ ସନ୍ତୋଷଜନକ ରହିଛି ବୋଲି କୁହାଯାଉଛି। ଏନେଇ ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପକ୍ଷରୁ ବ୍ରିଟେନ୍‌ ଏବଂ ବ୍ରାଜିଲ୍‌ରେ କ୍ଲିନିକାଲ ଟ୍ରାଏଲ୍‌ ସମ୍ପକିତ ତଥ୍ୟ ଦାଖଲ କରାଯାଇଛି। ଏନେଇ ଆଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାସ୍କଲ ସୋରିଅଟ୍‌ କହିଛନ୍ତି ଯେ, କୋଭିଶିଲ୍ଡ ଅନ୍ୟ କରୋନା ଟିକା ଭଳି କ୍ଲିନିକାଲ ଟ୍ରାଏଲ୍‌ରେ ବେଶ୍‌ ସଫଳ ରହିିଛି।

Share