Posted inଖେଳ

ବାରବାଟୀ ଲଢ଼େଇ ପାଇଁ କାଉଣ୍ଟଡାଉନ ଆରମ୍ଭ: ୫ରୁ କାଉଣ୍ଟରରେ ମିଳିବ ଟିକେଟ

କଟକ,୪ା୨ (କାର୍ତ୍ତିକ ସାହୁ): ବାରବାଟୀ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ସମୟ ପାଖେଇ ଆସୁଛି। ସବୁଠି ତତ୍ପରତା, ପ୍ରସ୍ତୁତିପର୍ବ ଚଳଚଞ୍ଚଳ। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁକୁ ପରଖିବା ପାଇଁ ବିସିସିଆଇ କ୍ୟୁରେଟର ପ୍ରକାଶ ଯାଦବ ଓ ରାଜ୍ୟ କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା ସୋମବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ପଡ଼ିଆର ସ୍ଥିତି, ପିଚ୍‌, ଗ୍ୟାଲେରିଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବ୍ୟବସ୍ଥା ଆଦିକୁ ନଜର ପକାଇଛନ୍ତି। ଶୃଙ୍ଖଳିତ ଭାବେ ମ୍ୟାଚ ପରିଚାଳନା ଆଦି ସଂକ୍ରାନ୍ତରେ ଓସିଏ କର୍ମକର୍ତ୍ତାଙ୍କଠାରୁ ସେମାନେ ପଚାରି ବୁଝିଛନ୍ତି। ପ୍ରସ୍ତୁତିକୁ ନେଇ ଉଭୟେ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି। ଅପରପକ୍ଷରେ ଆସନ୍ତା ୯ ତାରିଖରେ ହେବାକୁଥିବା ବାରବାଟୀ ଲଢ଼େଇ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମ୍ୟାଚ ପାଇଁ ରବିବାର ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଛି।

ପୁଣି ସୋମବାରଠାରୁ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଓସିଏ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓସିଏ ଅନୁବନ୍ଧିତ ହୋଇଥିବା ଜିଲା କ୍ରୀଡା ସଂଘ ତଥା ସ୍କୁଲ, କଲେଜ ଓ କ୍ଳବ ଇତ୍ୟାଦିଙ୍କୁ ସେମାନଙ୍କ ଧାର୍ଯ୍ୟ କୋଟା ମୁତାବକ ଟିକେଟ ବିକ୍ରି କରାଯାଇଛି। ସୋମବାର ଏବଂ ମଙ୍ଗଳବାର ଏହି ଦୁଇ ଦିନ ଓସିଏ ସହିତ ଅନୁବନ୍ଧିତ ମୋଟ ୭୧ଟି ସଂଗଠନକୁ ପାଖାପାଖି ୯୦୦୦ ଟିକେଟ ବିକ୍ରି କରାଯିବ। ତେବେ ଅନଲାଇନ ଟିକେଟ କିଣିବା ପାଇଁ ଆଶା ବାନ୍ଧିଥିବା ହଜାର ହଜାର କ୍ରିକେଟପ୍ରେମୀ ନିରାଶ ହୋଇ ଅପେକ୍ଷା କରିଛନ୍ତି କାଉଣ୍ଟରରେ ଟିକେଟ ବିକ୍ରିକୁ ନେଇ।

ସୂଚନା ଅନୁସାରେ, ଅନ୍‌ଲାଇନରେ ମାତ୍ର ୪୦୦୦ ଟିକେଟ ବିକ୍ରି ହେବାକୁ ଥିବାବେଳେ ୬୦ରୁ ୭୦ ହଜାର ଲୋକ ଅନ୍‌ଲାଇନ କ୍ୟୁ’ରେ ରହିଥିଲେ। ତେଣୁ ଅନ୍‌ଲାଇନରେ ଅଧିକ ଟିକେଟ ବିକ୍ରି ପାଇଁ ଦାବି ମଧ୍ୟ ହୋଇଛି। ଆସନ୍ତା ୫ ଓ ୬ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri