ବରିଷ୍ଠଙ୍କ ପରାମର୍ଶଦାତ୍ରୀ

ବିଶ୍ୱବ୍ୟାପୀ ଅନ୍ୟତମ ସାମାଜିକ ସମସ୍ୟା ଭାବେ ବୟସ୍କଙ୍କ ପ୍ରତି ହତାଦର ବଢ଼ିଥିବା ଲକ୍ଷ୍ୟ କରାଯାଉଛି। ଜୀବନସାରା ପିଲାମାନଙ୍କ ପାଇଁ ପରିଶ୍ରମ କରି ସେମାନଙ୍କୁ ଭଲରେ ରଖିବାକୁ ଅହରହ ଉଦ୍ୟମରତ ବ୍ୟକ୍ତି ଜୀବନର ସାୟାହ୍ନରେ ପହଞ୍ଚତ୍ଲା ବେଳେ ଯଦି ଅସ୍ବାଭାବିକତାର ସମ୍ମୁଖୀନ ହୁଅନ୍ତି, ସେହି ସମୟରେ ତାଙ୍କୁ ଦୁଃଖ ମାଡ଼ିବସେ। ନିଜ ସନ୍ତାନଙ୍କଠାରୁ ଦୁର୍ବ୍ୟବହାର ମିଳିଲେ ସେ ହତବାକ୍‌ ହୋଇପଡ଼ନ୍ତି। ଏପରି କି ଅତି ଧନୀ ଓ ପ୍ରତିପତ୍ତିଶାଳୀ ବ୍ୟକ୍ତି ମଧ୍ୟ ଜୀବନର ଶେଷ ସମୟରେ ପିଲାଙ୍କଠାରୁ ଆଦର ନ ପାଇଲେ ଭାଙ୍ଗିପଡ଼ନ୍ତି। ଏତେ ସତ୍ତ୍ୱେ ସେ କଦାପି ନିଜ ଆତ୍ମୀୟଙ୍କଠାରୁ ପାଉଥିବା ଯନ୍ତ୍ରଣାକୁ ଅନ୍ୟ କାହାଠାରେ ବାଣ୍ଟିବାକୁ ଚାହାନ୍ତି ନାହିଁ। ତେବେ କେତେକଙ୍କ ଧୈର୍ଯ୍ୟର ସୀମା ଅତିକ୍ରମ କରିଗଲେ ସେମାନେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି। ଆଜି ଅସଂଖ୍ୟ ବୃଦ୍ଧାବୃଦ୍ଧ ନ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ପିଲାମାନେ ଜରାନିବାସରେ ଛାଡ଼ିଦେଇ ଆସୁଛନ୍ତି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ବୟସ୍କଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଏହି ସାମାଜିକ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ରାଷ୍ଟ୍ର ଆଇନ ଆଣିଥିବା ବେଳେ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ବ୍ୟବସ୍ଥା କରୁଛନ୍ତି। ଭାରତରେ ଏ ଦିଗରେ ବହୁବିଧ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଅନେକ ବୟସ୍କ ବ୍ୟକ୍ତିଙ୍କ ତିଷ୍ଠିବା ଅସହଜ ହୋଇପଡ଼ୁଛି।
ଏବେ ଭାରତୀୟ-ଆମେରିକୀୟ ଆଇନ ବିଶେଷଜ୍ଞ ଅଞ୍ଜଳି ଚତୁର୍ବେଦୀ ଆମେରିକାର ବରିଷ୍ଠ ବ୍ୟାପାର ବିଭାଗର ଜେନେରାଲ କାଉନ୍‌ସେଲ ଭାବେ ମନୋନୀତ ହୋଇଛନ୍ତି। ବୟସ୍କ ବ୍ୟକ୍ତିଙ୍କୁ କିଭଳି ନ୍ୟାୟ ମିଳିବ ତାହା ତାଙ୍କ ପାଇଁ ପ୍ରମୁଖ କାର୍ଯ୍ୟ ହେବ ବୋଲି କହିଛନ୍ତି। ତୁଳନାତ୍ମକ ଭାବେ ଦେଖିଲେ ଆମେରିକାରେ ଆଇନ କାର୍ଯ୍ୟକାରିତାରେ କଠୋର ଆଭିମୁଖ୍ୟ ଅନୁପାଳନ କରାଯାଇଥାଏ। ତେବେ ଅଞ୍ଜଳି ତାଙ୍କ ବିଭାଗରେ ମାନବୀୟ ଗୁଣାବଳୀକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ତାଙ୍କ ମତରେ କୌଣସି ସମସ୍ୟାର ସମାଧାନ କରାଯିବା ପୂର୍ବରୁ ଘଟଣାକୁ ଭଲ ଭାବେ ବୁଝି ଠିକ୍‌ ଭାବେ ତର୍ଜମା କରାଯିବା ଦରକାର। ଅନ୍ୟ ଜଣଙ୍କ କାହାଣୀ ଶୁଣିବା ଲାଗି ପ୍ରଚଣ୍ଡ ଧୈର୍ଯ୍ୟ ଧାରଣ କରୁଥିବା ବ୍ୟକ୍ତି ଏ ଦିଗରେ ସଫଳତା ପାଇଥାଆନ୍ତି ବୋଲି ସେ କହିଛନ୍ତି।
କେନ୍ଦ୍ରୀୟ ନ୍ୟୁୟର୍କର ଏକ ଛୋଟିଆ ସହରରେ ଅଞ୍ଜଳିଙ୍କ ଜନ୍ମ। ସେଠାରେ ଦୁଇଟି ବଡ଼ ଶିଳ୍ପସଂସ୍ଥା ଓ ଗୋଟିଏ ସ୍ଥାନୀୟ କଲେଜ ଉକ୍ତ ଅଞ୍ଚଳକୁ ପରିଚୟ ଦେଇଥାଏ। ସେହି କଲେଜରେ ଅଧ୍ୟାପକ ଥିଲେ ଅଞ୍ଜଳିଙ୍କ ବାପା। ସେଠାରେ ସେ ନ୍ୟୁକ୍ଲିୟର ଫିଜିକ୍ସ ପଢ଼ାଉଥିଲେ। ହେଲେ ଅଞ୍ଜଳି ପିଲାଦିନୁ ଜୀବନରେ କିଛି ନୂଆ କରିବାକୁ ଚାହିଁଥିଲେ ଓ ଆଇନ ପାଠକୁ ବାଛିଥିଲେ। ଜର୍ଜଟାଉନ୍‌ ୟୁନିଭର୍ସିଟି ଲ’ ସ୍କୁଲରୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଜଣେ ଯୋଗ ଶିକ୍ଷୟିତ୍ରୀ ଭାବେ ମଧ୍ୟ ତାଙ୍କ ସୁନାମ ରିହିଛି। ମେରିଲାଣ୍ଡର ଚେଭି ଚେଜ୍‌ରେ ସ୍ବାମୀ ଓ ପୁଅ ସହ ରହୁଛନ୍ତି। ଆମେରିକାର ଅନ୍ୟତମ ପ୍ରଖ୍ୟାତ ଆଇନ ବିଶେଷଜ୍ଞ ଭାବେ ନାମ ଅର୍ଜନ କରିଥିବା ଅଞ୍ଜଳିଙ୍କ କ୍ୟାରିୟର ଫେଡେରାଲ ପ୍ରସିକ୍ୟୁଟରରୁ ଅରମ୍ଭ ହୋଇଥିଲା। ସରକାରୀ ସେବାକୁ ଆସିବା ପୂର୍ବରୁ ସେ ଇନ୍‌ଭେଷ୍ଟିଗେଶନ୍ସ ଫର୍‌ ନର୍ଥରୋପ୍‌ ଗ୍ରୁମାନ୍‌ କର୍ପୋରେଶନର ଆସିଷ୍ଟାଣ୍ଟ ଜେନେରାଲ କାଉନ୍‌ସେଲ ତଥା ନିର୍ଦ୍ଦେଶକ ରହିଥିଲେ। ଏହାର ଅନ୍ତର୍ଜାତୀୟ ତଦନ୍ତ ଟିମ୍‌ର ସେ ନେତୃତ୍ୱ ନେଉଥିଲେ। ଏହା ପୂର୍ବରୁ ଅଞ୍ଜଳି ବ୍ରିଟିଶ ପେଟ୍ରୋଲିୟମ୍‌(ବିପି)ର ଆସିଷ୍ଟାଣ୍ଟ ଜେନେରାଲ କାଉନ୍‌ସେଲ ଏବଂ ଓ୍ବାଶିଂଟନ୍‌ ଡିସିଭିତ୍ତିକ ଲ’ ଫାର୍ମ ‘ନିକ୍ସନ୍‌ ପିବଡି’ର ପାର୍ଟନର ମଧ୍ୟ ଥିଲେ। ଅର୍ଥାତ୍‌ କର୍ପୋରେଟ୍‌ ଦୁନିଆରେ ମାମଲା ପରିଚାଳନା କରି ପୋଖତ ହୋଇଥିବା ଅଞ୍ଜଳି ସରକାରୀ କାର୍ଯ୍ୟକୁ ଠିକ୍‌ ଭାବେ ତୁଲାଇ ପାରିବେ ବୋଲି ବିଶ୍ୱାସ ରଖି ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ବରିଷ୍ଠ ବ୍ୟାପାର ବିଭାଗରେ ଏଭଳି ଗୁରୁଦାୟିତ୍ୱ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବରିଷ୍ଠମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଓ ସେବା ପହଞ୍ଚାଇବା ଦିଗରେ ଏହା କାର୍ଯ୍ୟ କରୁଛି। ଅଞ୍ଜଳି କହିଛନ୍ତି, ବରିଷ୍ଠଙ୍କୁ ସର୍ବାଧିକ ଅନୁକମ୍ପା ଦେବା, ପ୍ରତିଶ୍ରୁତି ପାଳନ, ଉତ୍କର୍ଷ ପ୍ରତିପାଦନ, ପେସାଗତ ବୈଶିଷ୍ଟ୍ୟ, ସଚ୍ଚୋଟତା, ଦାୟିତ୍ୱବୋଧତା ଓ ତତ୍ତ୍ୱାବଧାନ କ୍ଷେତ୍ରରେ ଯେତେସମ୍ଭବ ସେତେ ସୁଯୋଗ ଓ ପରିବେଶ ସୃଷ୍ଟି କରାଯିବା ଲାଗି ସେ କାର୍ଯ୍ୟ କରିବେ। ଜର୍ଜଟାଉନ୍‌ ୟୁନିଭର୍ସିଟି ଆଣ୍ଡ୍‌ ହଷ୍ଟିଙ୍ଗ୍‌ସ କଲେଜ ଅଫ୍‌ ଲ’ରେ ସେ ଆଡ୍‌ଜଙ୍କଟ ପ୍ରଫେସର ଭାବେ ଟ୍ରାଏଲ୍‌ ଆଡଭୋକେସି ଆଣ୍ଡ୍‌ କ୍ରିମିନାଲ ପ୍ରୋସିଜିଓର ପଢ଼ାଇଥିବାରୁ ବରିଷ୍ଠଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ଠିକ୍‌ ଭାବେ ଚିହ୍ନଟ କରି ପ୍ରତିକାର କରିପାରିବେ ବୋଲି ଆଶା କରାଯାଉଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri