ବରିଷ୍ଠଙ୍କ ପରାମର୍ଶଦାତ୍ରୀ

ବିଶ୍ୱବ୍ୟାପୀ ଅନ୍ୟତମ ସାମାଜିକ ସମସ୍ୟା ଭାବେ ବୟସ୍କଙ୍କ ପ୍ରତି ହତାଦର ବଢ଼ିଥିବା ଲକ୍ଷ୍ୟ କରାଯାଉଛି। ଜୀବନସାରା ପିଲାମାନଙ୍କ ପାଇଁ ପରିଶ୍ରମ କରି ସେମାନଙ୍କୁ ଭଲରେ ରଖିବାକୁ ଅହରହ ଉଦ୍ୟମରତ ବ୍ୟକ୍ତି ଜୀବନର ସାୟାହ୍ନରେ ପହଞ୍ଚତ୍ଲା ବେଳେ ଯଦି ଅସ୍ବାଭାବିକତାର ସମ୍ମୁଖୀନ ହୁଅନ୍ତି, ସେହି ସମୟରେ ତାଙ୍କୁ ଦୁଃଖ ମାଡ଼ିବସେ। ନିଜ ସନ୍ତାନଙ୍କଠାରୁ ଦୁର୍ବ୍ୟବହାର ମିଳିଲେ ସେ ହତବାକ୍‌ ହୋଇପଡ଼ନ୍ତି। ଏପରି କି ଅତି ଧନୀ ଓ ପ୍ରତିପତ୍ତିଶାଳୀ ବ୍ୟକ୍ତି ମଧ୍ୟ ଜୀବନର ଶେଷ ସମୟରେ ପିଲାଙ୍କଠାରୁ ଆଦର ନ ପାଇଲେ ଭାଙ୍ଗିପଡ଼ନ୍ତି। ଏତେ ସତ୍ତ୍ୱେ ସେ କଦାପି ନିଜ ଆତ୍ମୀୟଙ୍କଠାରୁ ପାଉଥିବା ଯନ୍ତ୍ରଣାକୁ ଅନ୍ୟ କାହାଠାରେ ବାଣ୍ଟିବାକୁ ଚାହାନ୍ତି ନାହିଁ। ତେବେ କେତେକଙ୍କ ଧୈର୍ଯ୍ୟର ସୀମା ଅତିକ୍ରମ କରିଗଲେ ସେମାନେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି। ଆଜି ଅସଂଖ୍ୟ ବୃଦ୍ଧାବୃଦ୍ଧ ନ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ପିଲାମାନେ ଜରାନିବାସରେ ଛାଡ଼ିଦେଇ ଆସୁଛନ୍ତି। ତେଣୁ ଅନ୍ତର୍ଜାତୀୟ ସ୍ତରରେ ବୟସ୍କଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଏହି ସାମାଜିକ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ରାଷ୍ଟ୍ର ଆଇନ ଆଣିଥିବା ବେଳେ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ବ୍ୟବସ୍ଥା କରୁଛନ୍ତି। ଭାରତରେ ଏ ଦିଗରେ ବହୁବିଧ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଅନେକ ବୟସ୍କ ବ୍ୟକ୍ତିଙ୍କ ତିଷ୍ଠିବା ଅସହଜ ହୋଇପଡ଼ୁଛି।
ଏବେ ଭାରତୀୟ-ଆମେରିକୀୟ ଆଇନ ବିଶେଷଜ୍ଞ ଅଞ୍ଜଳି ଚତୁର୍ବେଦୀ ଆମେରିକାର ବରିଷ୍ଠ ବ୍ୟାପାର ବିଭାଗର ଜେନେରାଲ କାଉନ୍‌ସେଲ ଭାବେ ମନୋନୀତ ହୋଇଛନ୍ତି। ବୟସ୍କ ବ୍ୟକ୍ତିଙ୍କୁ କିଭଳି ନ୍ୟାୟ ମିଳିବ ତାହା ତାଙ୍କ ପାଇଁ ପ୍ରମୁଖ କାର୍ଯ୍ୟ ହେବ ବୋଲି କହିଛନ୍ତି। ତୁଳନାତ୍ମକ ଭାବେ ଦେଖିଲେ ଆମେରିକାରେ ଆଇନ କାର୍ଯ୍ୟକାରିତାରେ କଠୋର ଆଭିମୁଖ୍ୟ ଅନୁପାଳନ କରାଯାଇଥାଏ। ତେବେ ଅଞ୍ଜଳି ତାଙ୍କ ବିଭାଗରେ ମାନବୀୟ ଗୁଣାବଳୀକୁ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ତାଙ୍କ ମତରେ କୌଣସି ସମସ୍ୟାର ସମାଧାନ କରାଯିବା ପୂର୍ବରୁ ଘଟଣାକୁ ଭଲ ଭାବେ ବୁଝି ଠିକ୍‌ ଭାବେ ତର୍ଜମା କରାଯିବା ଦରକାର। ଅନ୍ୟ ଜଣଙ୍କ କାହାଣୀ ଶୁଣିବା ଲାଗି ପ୍ରଚଣ୍ଡ ଧୈର୍ଯ୍ୟ ଧାରଣ କରୁଥିବା ବ୍ୟକ୍ତି ଏ ଦିଗରେ ସଫଳତା ପାଇଥାଆନ୍ତି ବୋଲି ସେ କହିଛନ୍ତି।
କେନ୍ଦ୍ରୀୟ ନ୍ୟୁୟର୍କର ଏକ ଛୋଟିଆ ସହରରେ ଅଞ୍ଜଳିଙ୍କ ଜନ୍ମ। ସେଠାରେ ଦୁଇଟି ବଡ଼ ଶିଳ୍ପସଂସ୍ଥା ଓ ଗୋଟିଏ ସ୍ଥାନୀୟ କଲେଜ ଉକ୍ତ ଅଞ୍ଚଳକୁ ପରିଚୟ ଦେଇଥାଏ। ସେହି କଲେଜରେ ଅଧ୍ୟାପକ ଥିଲେ ଅଞ୍ଜଳିଙ୍କ ବାପା। ସେଠାରେ ସେ ନ୍ୟୁକ୍ଲିୟର ଫିଜିକ୍ସ ପଢ଼ାଉଥିଲେ। ହେଲେ ଅଞ୍ଜଳି ପିଲାଦିନୁ ଜୀବନରେ କିଛି ନୂଆ କରିବାକୁ ଚାହିଁଥିଲେ ଓ ଆଇନ ପାଠକୁ ବାଛିଥିଲେ। ଜର୍ଜଟାଉନ୍‌ ୟୁନିଭର୍ସିଟି ଲ’ ସ୍କୁଲରୁ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଜଣେ ଯୋଗ ଶିକ୍ଷୟିତ୍ରୀ ଭାବେ ମଧ୍ୟ ତାଙ୍କ ସୁନାମ ରିହିଛି। ମେରିଲାଣ୍ଡର ଚେଭି ଚେଜ୍‌ରେ ସ୍ବାମୀ ଓ ପୁଅ ସହ ରହୁଛନ୍ତି। ଆମେରିକାର ଅନ୍ୟତମ ପ୍ରଖ୍ୟାତ ଆଇନ ବିଶେଷଜ୍ଞ ଭାବେ ନାମ ଅର୍ଜନ କରିଥିବା ଅଞ୍ଜଳିଙ୍କ କ୍ୟାରିୟର ଫେଡେରାଲ ପ୍ରସିକ୍ୟୁଟରରୁ ଅରମ୍ଭ ହୋଇଥିଲା। ସରକାରୀ ସେବାକୁ ଆସିବା ପୂର୍ବରୁ ସେ ଇନ୍‌ଭେଷ୍ଟିଗେଶନ୍ସ ଫର୍‌ ନର୍ଥରୋପ୍‌ ଗ୍ରୁମାନ୍‌ କର୍ପୋରେଶନର ଆସିଷ୍ଟାଣ୍ଟ ଜେନେରାଲ କାଉନ୍‌ସେଲ ତଥା ନିର୍ଦ୍ଦେଶକ ରହିଥିଲେ। ଏହାର ଅନ୍ତର୍ଜାତୀୟ ତଦନ୍ତ ଟିମ୍‌ର ସେ ନେତୃତ୍ୱ ନେଉଥିଲେ। ଏହା ପୂର୍ବରୁ ଅଞ୍ଜଳି ବ୍ରିଟିଶ ପେଟ୍ରୋଲିୟମ୍‌(ବିପି)ର ଆସିଷ୍ଟାଣ୍ଟ ଜେନେରାଲ କାଉନ୍‌ସେଲ ଏବଂ ଓ୍ବାଶିଂଟନ୍‌ ଡିସିଭିତ୍ତିକ ଲ’ ଫାର୍ମ ‘ନିକ୍ସନ୍‌ ପିବଡି’ର ପାର୍ଟନର ମଧ୍ୟ ଥିଲେ। ଅର୍ଥାତ୍‌ କର୍ପୋରେଟ୍‌ ଦୁନିଆରେ ମାମଲା ପରିଚାଳନା କରି ପୋଖତ ହୋଇଥିବା ଅଞ୍ଜଳି ସରକାରୀ କାର୍ଯ୍ୟକୁ ଠିକ୍‌ ଭାବେ ତୁଲାଇ ପାରିବେ ବୋଲି ବିଶ୍ୱାସ ରଖି ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ବରିଷ୍ଠ ବ୍ୟାପାର ବିଭାଗରେ ଏଭଳି ଗୁରୁଦାୟିତ୍ୱ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବରିଷ୍ଠମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଓ ସେବା ପହଞ୍ଚାଇବା ଦିଗରେ ଏହା କାର୍ଯ୍ୟ କରୁଛି। ଅଞ୍ଜଳି କହିଛନ୍ତି, ବରିଷ୍ଠଙ୍କୁ ସର୍ବାଧିକ ଅନୁକମ୍ପା ଦେବା, ପ୍ରତିଶ୍ରୁତି ପାଳନ, ଉତ୍କର୍ଷ ପ୍ରତିପାଦନ, ପେସାଗତ ବୈଶିଷ୍ଟ୍ୟ, ସଚ୍ଚୋଟତା, ଦାୟିତ୍ୱବୋଧତା ଓ ତତ୍ତ୍ୱାବଧାନ କ୍ଷେତ୍ରରେ ଯେତେସମ୍ଭବ ସେତେ ସୁଯୋଗ ଓ ପରିବେଶ ସୃଷ୍ଟି କରାଯିବା ଲାଗି ସେ କାର୍ଯ୍ୟ କରିବେ। ଜର୍ଜଟାଉନ୍‌ ୟୁନିଭର୍ସିଟି ଆଣ୍ଡ୍‌ ହଷ୍ଟିଙ୍ଗ୍‌ସ କଲେଜ ଅଫ୍‌ ଲ’ରେ ସେ ଆଡ୍‌ଜଙ୍କଟ ପ୍ରଫେସର ଭାବେ ଟ୍ରାଏଲ୍‌ ଆଡଭୋକେସି ଆଣ୍ଡ୍‌ କ୍ରିମିନାଲ ପ୍ରୋସିଜିଓର ପଢ଼ାଇଥିବାରୁ ବରିଷ୍ଠଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ଠିକ୍‌ ଭାବେ ଚିହ୍ନଟ କରି ପ୍ରତିକାର କରିପାରିବେ ବୋଲି ଆଶା କରାଯାଉଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri