ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ ପରିଣତ କରିଦେଲେଣି। ନିଜ ଜୀବନରେ ଯାହା ହୋଇପାରି ନ ଥିବେ ପିଲାଙ୍କ ଜରିଆରେ ସେହି ସ୍ବପ୍ନ ସାକାର କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଉଛନ୍ତି। ବାସ୍ତବ ଜୀବନରେ ସ୍ବପ୍ନ ସାକାର କରିପାରି ନ ଥିବା ମାତାପିତା ସେହି ସ୍ବପ୍ନକୁ ନେଇ ସ୍ବର୍ଗକୁ ଯିବା କଥା। ପିଲାମାନଙ୍କୁ ନିଜ ସ୍ବପ୍ନରେ ବଞ୍ଚତ୍ବାକୁ ଦେବା ହେବା କଥା ନୂଆ ଚିନ୍ତାଧାରା। କାରଣ କିଛି ପିଲା ଜୀବନସାରା ଡରି ସଫଳତା ପାଇଯାଉଥିବା ବେଳେ ଅନେକେ ଚାପ ସହି ନ ପାରି ଅବସାଦ ଭିତରକୁ ଚାଲିଯାଉଛନ୍ତି କିମ୍ବା ସ୍ଥଳବିଶେଷରେ ପ୍ରାଣ ହରାଇ ଦେଉଛନ୍ତି। ଏହାର ଅସଂଖ୍ୟ ଉଦାହରଣ ପ୍ରତ୍ୟହ ଶୁଣିବାକୁ ମିଳୁଛି। ଏବେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ଡାକ୍ତରୀ ପଢ଼ିବା ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପ୍ରସ୍ତୁତି ନିମନ୍ତେ ବାପା ମାଧବେନ୍ଦ୍ର ସିଂ ବାରମ୍ବାର ଚାପ ପକାଇବାରୁ ୧୯ ବର୍ଷୀୟ ପୁଅ ଅକ୍ଷତ ପ୍ରତାପ ସିଂ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏପରି କି ମୃତଦେହକୁ ଖଣ୍ଡଖଣ୍ଡ କରି ଘର ଭିତରେ ଏକ ଡ୍ରମ୍‌ରେ ଲୁଚାଇ ରଖିଥିଲେ। ପୋଲିସ ନିକଟରେ ଅକ୍ଷତ ନିଜ ଦୋଷ ସ୍ବୀକାର କଲା ପରେ ହତ୍ୟାର କାରଣ ବିଷୟ ପଦାକୁ ଆସିଛି। ୩ ନଭେମ୍ବର ୨୦୨୫ରେ ଉତ୍ତର ପ୍ରଦେଶର ବିଜ୍‌ନୌର ଜିଲାରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିବା ଜଣେ ବିଦ୍ୟାର୍ଥୀ ଗଙ୍ଗା ନଦୀକୁ ଡେଇଁ ପଡ଼ିଥିଲେ। ୨୪ ବର୍ଷୀୟା ଲଳିତା ସିଂ ତାଙ୍କ ୧୩ ବର୍ଷୀୟା ଭଉଣୀଙ୍କ ସହ ଗଙ୍ଗା ବ୍ୟାରେଜ୍‌ ନିକଟକୁ ପ୍ରାତଃଭ୍ରମଣରେ ଯାଇଥିଲା ବେଳେ ଏଭଳି ଭୟଙ୍କର ନିଷ୍ପତ୍ତି ନେଇଥିଲେ। ଲଳିତାଙ୍କ ଏପରି ପଦକ୍ଷେପ ନେବା ସଂକ୍ରାନ୍ତରେ ତାଙ୍କ ପିତା କହିଥିଲେ ଯେ, ଝିଅ ସିଭିଲ୍‌ ସର୍ଭିସ ପରୀକ୍ଷାରେ ତୃତୀୟ ଥର ପାଇଁ ଅକୃତକାର୍ଯ୍ୟ ହୋଇଥିଲେ। କାନପୁରରୁ ଏମ୍‌ଟେକ୍‌ କରିଥିବା ଲଳିତାଙ୍କ ସ୍ବପ୍ନ ହୁଏତ ଅଲଗା କିଛି ଥିଲା। ସମ୍ଭବତଃ ତାଙ୍କୁ ସିଭିଲ ସର୍ଭିସ ପାଇଁ ବାଧ୍ୟ କରାଯିବାରୁ ସେ ବାରମ୍ବାର ଅକୃତକାର୍ଯ୍ୟ ହେବାରୁ ବୀତସ୍ପୃହ ହୋଇ ଆତ୍ମହତ୍ୟା କରିଦେଇଥିଲେ। ୨୦୨୫ ଜୁନ୍‌ରେ ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଘଟିଥିବା ଘଟଣା ମନେପଡ଼େ। ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଧୋଣ୍ଡିରାମ ଭଗବାନ ଭୋସ୍‌ଲେ ନିଟ୍‌ ପାଇଁ ତାଙ୍କ ୧୭ ବର୍ଷୀୟା ଝିଅ ସାଧନାଙ୍କୁ ପ୍ରସ୍ତୁତ କରାଉଥିଲେ। କିନ୍ତୁ ମକ୍‌ ଟେଷ୍ଟରେ ସେ କମ୍‌ ନମ୍ବର ଆଣିବାରୁ ପିତା କ୍ରୋଧରେ ତାଙ୍କୁ ପିଟି ମାରି ଦେଇଥିଲେ। ସୂଚନା ଦିଆଯାଇପାରେ ଯେ, ସମ୍ପୃକ୍ତା ଛାତ୍ରୀ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ଚୂଡ଼ାନ୍ତ ପରୀକ୍ଷା ଦେବା ପୂର୍ବରୁ ଅନେକ ମକ୍‌ ଟେଷ୍ଟ କରାଯାଇଥାଏ। ବହୁ ସମୟରେ ମକ୍‌ ଟେଷ୍ଟରେ କମ୍‌ ନମ୍ବର ରଖିଲେ ମଧ୍ୟ ଜଣେ ବିଦ୍ୟାର୍ଥୀ ଚୂଡ଼ାନ୍ତ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥାଆନ୍ତି। ଆଗକୁ ଭଲ କିଛି ଶୁଣିବା ପାଇଁ ଧୈର୍ଯ୍ୟ ଧାରଣ କରି ନ ଥିବା ଧୋଣ୍ଡିରାମ ଝିଅକୁ ମାରିଦେବା ପରେ ଗିରଫ ହୋଇଥିଲେ। ଏଥିସହିତ ରାଜସ୍ଥାନର କୋଟାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କ ମଧ୍ୟରୁ ପ୍ରତିବର୍ଷ ଅନେକ ଡଜନଙ୍କ ଆତ୍ମହତ୍ୟା ଖବର ବାରମ୍ବାର ଶୁଣିବାକୁ ମିଳୁଛି।
ସମ୍ଭବତଃ ଭାରତରେ ଉପରଲିଖିତ ଘଟଣା ବହୁସଂଖ୍ୟାରେ ଦେଖାଯାଉଛି। ବିଦ୍ୟାର୍ଥୀଙ୍କ ଚାପଜନିତ ଅବସାଦ ପାଶ୍ଚାତ୍ୟରେ ସାଧାରଣରେ ଦେଖାଯାଇ ନ ଥାଏ। ସେମାନେ ନିଜ ପସନ୍ଦ ଅନୁଯାୟୀ କ୍ୟାରିୟରରେ ସଫଳତା ପାଇବା ପାଇଁ ଲାଗିଥାଆନ୍ତି। ଔଦ୍ୟୋଗିକ ମାନସିକତାର ଅଭାବ ଭାରତକୁ ଏକ ଚାକିରିଆ ଚିନ୍ତାଧାରାରେ ବାନ୍ଧି ରଖିଛି। ଏଠାରେ ପିଲାଟିଏର ଗଣିତ କିମ୍ବା ବିଜ୍ଞାନରେ ଭଲ ମାର୍କ ରହିଗଲେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ପଢ଼ିବା ପାଇଁ ପରିବାର ଓ ବନ୍ଧୁବର୍ଗମଣ୍ଡଳୀରୁ ଚାପ ପଡ଼ିଯାଏ। ସାମାଜିକ ପାଠ କିମ୍ବା ସାହିତ୍ୟକୁ ନେଇ କ୍ୟାରିୟର କରିବା ଲାଗି ସେ ଇଚ୍ଛା ବ୍ୟକ୍ତ କରିଦେଲେ କଥା ସରିଲା। ଡାକ୍ତର କିମ୍ବା ଇଞ୍ଜିନିୟର ପଦବୀରେ ଆସୀନ ଥିବା ଦେଖିବା ପାଇଁ ମାତାପିତାଙ୍କ ବ୍ୟାକୁଳତାକୁ ପିଲା ଅଗ୍ରାହ୍ୟ କରିପାରେ ନାହିଁ। କିନ୍ତୁ ଫଳ ଯେତେବେଳେ ନକାରାତ୍ମକ ହୋଇଯାଏ, ସେତେବେଳକୁ ‘ନେଡ଼ି ଗୁଡ଼ କହୁଣିକୁ ବହିଯାଇଥାଏ’। ସେ ‘ଏ କୁଳରେ ନୁହେଁ କି ସେକୁଳରେ ନୁହେଁ’ ଅବସ୍ଥାକୁ ଚାଲିଗଲା ଭାବି ଚରମ ପଦକ୍ଷେପ ନେଇଯାଏ। ଅନୁରୂପ ଭାବେ ସିଭିଲ ସର୍ଭିସ ମୋହରେ ପଡ଼ିଥିବା ଅଭିଭାବକ ଅପର୍ଯ୍ୟାପ୍ତ ଅର୍ଥ ଓ କ୍ଷମତାକୁ ଆଶାରେ ରଖି ପିଲାଙ୍କ ମନରେ ସ୍ବପ୍ନ ଉଜାଗର କରାଉଛନ୍ତି। ସେହିସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ଅତି କମ୍‌ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ବହୁମାତ୍ରାରେ ହୋଇଥାଏ। ସ୍ବଇଚ୍ଛାରେ କ୍ୟାରିୟର ବାଛିଥିବା ବିଦ୍ୟାର୍ଥୀ ଡାକ୍ତରୀ, ଇଞ୍ଜିନିୟରିଂ ହେଉ ବା ସିଭିଲ ସର୍ଭିସରେ ଅକୃତକାର୍ଯ୍ୟ ହେଇଗଲେ ଜୀବନରେ ଅନ୍ୟ କିଛି କରିବା ପାଇଁ ଧୈର୍ଯ୍ୟ ଧରିଥାଆନ୍ତି। କିନ୍ତୁ ଯେଉଁମାନେ ପରିବାର ବାଧ୍ୟରେ ସେହି ବୃତ୍ତି ସକାଶେ ପରୀକ୍ଷା ଦେଉଥିବେ, ସେମାନେ ଅକୃତକାର୍ଯ୍ୟକୁ ସହଜରେ ଗ୍ରହଣ କରିପାରୁ ନ ଥିବାରୁ ଅନେକାଂଶରେ ନିଜେ ଆତ୍ମହତ୍ୟା କରିଦେଉଛନ୍ତି କିମ୍ବା ଅନ୍ୟକୁ ହତ୍ୟା କରିଦେଉଛନ୍ତି। ପିଲାଟିଏ ହେତୁ ପାଇବା ପୂର୍ବରୁ ତାକୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯାଇଥାଏ। କିନ୍ତୁ ଦିନକୁ ଦିନ ଦେଖାଯାଉଥିବା ଏହି ଧରଣର ଅସ୍ବାଭାବିକ ଘଟଣା ପାଇଁ ଦାୟୀ ରହୁଥିବା ମାତାପିତା ବୟସର ବ୍ୟକ୍ତିମାନଙ୍କୁ ପ୍ରଥମେ ସାମାଜିକ ଓ ମନସ୍ତାତ୍ତ୍ୱିକ କାଉନ୍‌ସେଲିଂ ଦେବା ଆବଶ୍ୟକ ହୋଇପଡ଼ିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri