ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର ଅଚାନକ ନିଷ୍ପତ୍ତି ଚୌଦ୍ବାର ବିଜେଡିରେ କମ୍ପନ ସୃଷ୍ଟି କରିଛି । ପୌରପାଳିକା ଅଧ୍ୟକ୍ଷା ତାଙ୍କୁ ଅଣଦେଖା କରିବା ନେଇ ଅଭିଯୋଗ ହୋଇଛି ।
ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଭାତ ଓ ସୌଭିକ ବିଶ୍ୱାଳଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲି । ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରାଯିବା ଏବଂ ସୌଭିକ ବିଶ୍ୱାଳଙ୍କୁ ନିଲମ୍ବନ କରାଯିବା ଘଟଣା ତାଙ୍କୁ ଗଭୀର ଆଘାତ ଦେଇଛି । ଏହି ଅସନ୍ତୋଷ କାରଣରୁ ଦଳ ଛାଡିଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।