କାମ କଲାନି ସୁରେଶ, ଅପରାଜିତାଙ୍କ ପ୍ରଭାବ

ଖୋର୍ଦ୍ଧା ଅଫିସ,୨୮ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ଶାସକ ଦଳ ବିଜେଡି ବାଜି ମାରି ନେଇଛି। ୪ଟି ପୌର ଆସନରେ ବିଜେଡି ବହୁମତ ହାସଲ କରିଥିବା ବେଳେ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତକୁ ଯାଇଛି। ପୁଣି ଥରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଯାଦୁ ଆଗରେ ବିରୋଧୀ ଫିକା ପଡ଼ିଲେ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ କୌଣସି ପ୍ରଭାବ ପଡ଼ିଲାନାହିଁ। ଜଟଣୀରେ ଘନଘନ ପ୍ରଚାର ସତ୍ତ୍ୱେ ଭାଜପା ଖାତା ଖୋଲିପାରିଲା ନାହିଁ। ସେହିପରି ବିଧାୟକ ରାଉତରାୟ ନିଜ ଗଡ଼ ବଞ୍ଚାଇ ପାରିଲେ ନାହିଁ। ଖୋର୍ଦ୍ଧାରେ ଗୋଟିଏ ବି କାଉନସିଲର ଆସନରେ କଂଗ୍ରେସ ଜିତିି ପାରିଲା ନାହିଁ। ଶେଷ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ଷ୍ଟାର କ୍ୟାମ୍ପେନରଙ୍କ ଦେଖା ନ ଥିଲା। ପ୍ରଚାରର ଶେଷ ଦିନରେ ରାଉତରାୟ ଖୋର୍ଦ୍ଧାରେ ମଇଦାନକୁ ଓହ୍ଲାଇଥିଲେ। ଦଳୀୟ ପ୍ରାର୍ଥୀମାନେ ନିଜ ଭରସାରେ ନିର୍ବାଚନ ଲଢିଥିଲେ। ଦଳ ପକ୍ଷରୁ ସେମାନଙ୍କୁ ସେପରି କୌଣସି ସହଯୋଗ ମିଳି ନ ଥିଲା। ଫଳରେ କଂଗ୍ରେସ ସତ୍ତା ହରାଇଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଭାଜପା ଧରାଶାୟୀ ହୋଇଥିଲା। ପୌର ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ଭାଜପା ବହୁମତ ସହ ବିଜୟ ଲାଭ କରିବ ବୋଲି ଅପରାଜିତାଙ୍କ ଦମ୍ଭୋକ୍ତି ଫସର ଫାଟିଗଲା। ଜଟଣୀରେ ଭାଜପା ବିପକ୍ଷରେ ଜନାଦେଶ ଯାଇଛି। ଏଠାରେ ଭାଜପା ଗୋଟିଏ ଆସନରେ ଜିତିିଛି। ଦୁଇଟି ନିର୍ବାଚନରେ ସୁରେଶ ଏବଂ ଅପରାଜିତାଙ୍କ ବିଫଳତାକୁ ନେଇ ଆଲୋଚନା ଜୋର ଧରିଛି। ବିଫଳତାକୁ ନେଇ ଉଭୟ ଦଳ ସମୀକ୍ଷା କରିବା ଆବଶ୍ୟକ ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି। ଏନେଇ ସୁରେଶ କହିଛନ୍ତି, ଶାସକ ଦଳ ନିର୍ବାଚନୀ ହିଂସା, ଭୋଟରଙ୍କୁ ଟଙ୍କା ଦେଇ କିଣିଲେ। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। ଭୋଟରଙ୍କ ନିକଟତର ହୋଇଥିଲୁ। ତେବେ ଭୋଟର ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ସମୀକ୍ଷା କରାଯିବ। ଆଗାମୀ ସାଧାରଣ ନିର୍ବାଚନରେ ଦଳ ପୁଣି ଥରେ ପ୍ରଭାବ ଦେଖାଇବ ବୋଲି କହିଛନ୍ତି। ସେହିପରି ଅପରାଜିତା କହିଛନ୍ତି, ଦଳକୁ ଆହୁରି ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବ। ଖୋର୍ଦ୍ଧାରେ ୪ ଓ ଜଟଣୀରେ ଗୋଟିଏ ଆସନରେ ଭାଜପା ଜିତିିଛି। ଭୋଟ ହାର ଭଲ ରହିଛି। ଭାଜପା ଉପରେ ବିକାଶ ଉପରେ ବିଶ୍ୱାସ ରଖେ। ଲୋକଙ୍କ ସେବା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri