କଫ ସିରଫ ବେପାରୀଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୩।୨: କଫ ସିରଫ କାରବାର ମାମଲାରେ ଶୁକ୍ରବାର ବରପାଲିପଡାର ପ୍ରଶାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସ୍‌ଡିପିଓ ତୋଫାନ ବାଗ ଶୁକ୍ରବାର ଟାଉନ ଥାନାରେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପୋଲିସ ବାରମ୍ବାର ଅଭିଯୁକ୍ତମାନଙ୍କୁ ଗିରଫ କରୁଥିଲେ ବି ସେମାନେ ପୁଣି ଅବାଧରେ ନିଶା, ମଦ କାରବାର କରୁଥିବାରୁ ପୋଲିସ ଗିରଫଦାରୀକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।