ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ପୋଲିସ ଗଣ୍ଡତୁରୁମ ଗ୍ରାମର ଅନିଲ ସେଠ (୩୬)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଅନିଲ କଫ୍ ସିରପ୍ ଚାଲାଣ କରୁଥିବା ନେଇ ଭେଡେନ ଥାନା ଅଧିକାରୀ ଅରୂପ ରଞ୍ଜନ ବରାଇ ସୂଚନା ପାଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଦୀପକ କୁମାର ସାହୁ, ହାବିଲଦାର ଚତୁର୍ଭୁଜ ବଗର୍ତ୍ତିଙ୍କ ସମେତ ପୋଲିସ ଟିମ୍ ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ପାନବରଜ ଛକଠାରେ ଅଭିଯୁକ୍ତ ଅନିଲଙ୍କୁ ଧରିଥିଲେ।

ପୋଲିସ ତାଙ୍କ ନିକଟରୁ ୮୨ ବୋତଲ କଫ୍ ସିରପ୍ ଏବଂ ଗୋଟିଏ ବାଜାଜ୍ ମୋଟରସାଇକେଲ (ନଂ. ଓଡ଼ି-୧୭ପି-୮୭୫୮) ଜବତ କରିଥିଲା। ଏନେଇ ଭେଡେନ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Share