କଫ ସିରପ ବୋଝେଇ ୨ପିକ୍‌ଅପ ଭ୍ୟାନ ଜବତ: ଟମାଟର୍‌ ସସ, ଆଚାର ଆଳରେ ହେଉଥିଲା ଚାଲାଣ

ବରଗଡ,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ ଟାଉନ ଥାନା ପୋଲିସ ବେଆଇନ ଭାବେ କଫ ସିରପ ପେଉଥିବା ୨ଟି ପିକଅପ ଭ୍ୟାନକୁ ଜବତ କରିଛି। ସହରକୁ ଚାଲାଣ ହେଉଥିବା ସମୟରେ ଏକ ହୋଟେଲ ସମ୍ମୁଖରୁ ପୋଲିସ ଅଭିଯୁକ୍ତଙ୍କୁ ଘେରାଉ କରିଛି।
ସୂଚନାନୁସାରେ ଓଡି୧୭ଏଏ୪୬୯୯ ଓ ଓଡି୧୭ଭି୩୩୯୪ ନମ୍ବର ବିଶିଷ୍ଟ ଦୁଇଟି ପିକଅପ ଗାଡିରେ ଟମାଟୋ ସସ ଓ ଆଚାର ସହ କଫି ସିରପ ଚାଲାଣ ହେଉଥିବା ଖବର ପାଇ ପୋଲିସ ସେହି ଗାଡିକୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସେଥିରୁ ବିପୁଳ ପରିମାଣରେ କଫ ସିରପ ବାହାରିଥିଲା। ପୋଲିସ ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ ଚଲାଇଛି। ତଦନ୍ତ ବେଳେ ଆହୁରି ଅନେକଙ୍କ ସଂପୃକ୍ତି ଥିବା ଜଣାପଡିଛି।