ଖାତା ବୋଝେଇ ଗାଡ଼ିରେ ନିଶା ସାମଗ୍ରୀ, ୩ ଗିରଫ

ପଦ୍ମପୁର,୧୪।୩(ଡି.ଏନ.ଏ.): ଏକ ଖାତା ବୋଝେଇ ବୋଲେରୋ (ନଂ. ଓଡି୧୭ଭି/୮୬୮୭) ଯୋଗେ କଟକରୁ ବରଗଡ଼କୁ ବ୍ୟାପକ କଫ୍‌ ସିରପ୍‌ ଓ ନିଶା ଇଞ୍ଜେକସନ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ଚଢାଉ କରିଛି। ଚଢାଉ ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ଶକ୍ତି ନଗରର ବିକି ଓରଫ୍‌ ଗୁଣନିଧି ସାହୁ, ନେହେରୁଗଳିର ରାକେଶ ନାଏକ ଓ ଅତାବିରା ଥାନା ବାବେବିରା ଗ୍ରାମର ସିତୁ ଓରଫ୍‌ ଭୁଗପତି ଭୁଏ। ସେମାନଙ୍କଠାରୁ ବୋଲେରୋ ସମେତ ୧୨୮ ପ୍ୟାକେଟ ଖାତା, ୨୫୬୦ ବୋତଲ କଫ୍‌ ସିରପ୍‌, ୬ ନିଶା ଇଞ୍ଜେକସନ, ନଗଦ ୩୦ହଜାର ୧୭୦ଟଙ୍କା, ୩ଟି ମୋବାଇଲ, ଏଟିଏମ କାର୍ଡ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ପୋଲିସ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ସହକାରୀ ଉପ ଜିଲାପାଳ ମନୋରଞ୍ଜନ ନାଏକଙ୍କ ଉପସ୍ଥିତିରେ ଜବତ ସାମଗ୍ରୀର ସରଜମିନ ତଦନ୍ତ କରିବା ସହ ଏକ ମାମଲା (ନଂ.୭୩।୨୩) ରୁଜୁ କରିଛି। ଏହି ବେଆଇନ ନିଶା ବ୍ୟବସାୟରେ ପଦ୍ମପୁରର ଦୁଇ ଜଣ ମୁଖ୍ୟ ଥିବା ତଦନ୍ତରୁ ଜଣାପଡିଛି ବୋଲି ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ...

ପୋଖରୀରେ ବୁଡି ୨ ନାବାଳକ ମୃତ

ଜଗତସିଂହପୁର ଅଫିସ/ତିର୍ତ୍ତୋଲ ୧୫।୮- ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ...

ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ...

ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ

କଟକ ଅଫିସ୍‌,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍‌ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ...

ଲୋକ ସଭା ସଦସ୍ୟଙ୍କ ବୁଦ୍ଧିଜୀବୀ ସମ୍ମିଳନୀ

କୋମନା,୨୯।୮(ଡି.ଏନ.ଏ.) ନୂଆପଡା ଜିଲା କୋମନାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର କବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଲୋକ ସଭା ସଦସ୍ୟ ବସନ୍ତ ପଣ୍ଡା ମୁଖ୍ୟଅତିଥି...

ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର ,୧୧ା୬ (ଡି.ଏନ.ଏ )- ଅସୁସ୍ଥ ହୋଇ ପ୍ରଥମେ ଜୟପୁର ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ପଦ୍ମଶ୍ରୀ କମଳା...

ଅର୍ଦ୍ଧଗଣେଶ୍ୱର ମୂର୍ତ୍ତି ଆକର୍ଷଣ

ବନ୍ତ, ୩।୯ (ସ୍ବ.ପ୍ର./ଡି.ଏନ.ଏ.)- ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆଗରପଡ଼ା ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘରେ ପୂଜାର୍ଚ୍ଚନା...

ବସ୍‌-ଟ୍ରକ୍‌ ମୁହାଁମୁହିଁ, ୩ ଗୁରୁତର

ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବରପାଲି ମେହେରପଡ଼ା ନିକଟରେ ରବିବାର ଭୋର୍‌ ସମୟରେ ସରକାରୀ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାହାର...

Advertisement
Archives

Model This Week