ଜଳିଗଲା ତୁଳା ଗୋଦାମ

କଟକ ଅଫିସ,୨୮ା୪:ଜଗତପୁରସ୍ଥିତ ଏକ ତୁଳା ଗୋଦାମରେ ନିଆଁ ଲାଗି ଛାରଖାର ହୋଇଯାଇଛି।
ଖବର ଅନୁଯାୟୀ, ଜଗତପୁରରେ ଥିବା ଏକ ତୁଳା ଗୋଦାମରେ ଗୁରୁବାର ହଠାତ୍‌ ନିଆଁ ଲାଗିଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କା ତୁଳା ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।