Posted inଫୁରସତ

କଟନ୍‌ ଫ୍ୟାଶନ; ଜାଣନ୍ତୁ କାହିଁକି ଏହାର ଏତେ ଲୋକପ୍ରିୟତା,ପିନ୍ଧିବାର କ’ଣ ଫାଇଦା…

ସୂତା ବା କଟନ୍‌ କପଡ଼ା କପାରୁ ତିଆରି ଏକ ଫାବ୍ରିକ୍‌; ଯାହା ଖୁବ୍‌ ନରମ ଓ ଆରାମଦାୟକ। ଏହା ଦେଖିବାକୁ ଯେମିତି ସୁନ୍ଦର, ପିନ୍ଧିବାକୁ ସେମିତି କମ୍ଫଟେବଲ୍‌ । ସେଥିପାଇଁ ଏହାର ଚାହିଦା ଖୁବ୍‌ ରହେ। ତେବେ କାହିଁକି ଏହାର ଏତେ ଲୋକପ୍ରିୟତା ଆଉ ଏହି କପଡ଼ା ପିନ୍ଧିବାର କ’ଣ ସବୁ ଫାଇଦା ରହିଛି ଜାଣନ୍ତୁ ସେ ସମ୍ପର୍କରେ…

ସୂତା କପଡ଼ା କପାରୁ ତିଆରି ଏକ ପ୍ରକାର ନରମ ଓ ଆରାମଦାୟକ ଫାବ୍ରିକ୍‌। ମୁଖ୍ୟତଃ ଖରାଦିନେ ଏହା ତ୍ୱଚାକୁ ସୁରକ୍ଷା ପ୍ରଦାନ କରିଥାଏ। ସେହିପରି ଶୀତଦିନେ ଏହାକୁ ପିନ୍ଧିଲେ ବେଶ୍‌ ଉଷୁମ ଲାଗେ। ତେଣୁ ସାଧାରଣରେ କହିବାକୁ ଗଲେ ସୂତା ବା କଟନ୍‌ କପଡ଼ା ଆମ ଶରୀର ଓ ଜଳବାୟୁ ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରଖି ଆମକୁ ଆରାମ ପ୍ରଦାନ କରିଥାଏ। ତା’ଛଡ଼ା ଏହା ହେଉଛି ଏକ ନାଚୁରାଲ୍‌ ଫାବ୍ରିକ୍‌; ଯାହାକୁ ତିଆରି କରିବା ପାଇଁ କେମିକାଲ୍‌ର ବ୍ୟବହାର ହୁଏ ନାହିଁ। ସେଥିପାଇଁ ଏହି କପଡ଼ାକୁ ପିନ୍ଧିଲେ ଶରୀରରେ କୌଣସି ପ୍ରକାରର ଆଲର୍ଜି ହେବାର ସମ୍ଭାବନା ନ ଥାଏ। କେବଳ ସେତିକି ନୁହେଁ, କେତେକଙ୍କଠାରେ ସନ୍‌ ବର୍ନର ସମସ୍ୟା ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଯଦି ସେମାନେ କଟନ୍‌ ଆଉଟ୍‌ଫିଟ୍‌ ସାଙ୍ଗକୁ ହାତରେ କଟନ୍‌ର ଗ୍ଲୋଭ୍ସ ପାଦରେ କଟନ୍‌ର ମୋଜା ଏବଂ ମୁହଁରେ କଟନ୍‌ର ସ୍କାର୍ଫ ବାନ୍ଧନ୍ତି, ତା’ହେଲେ ସେମାନେ ସୁରକ୍ଷିତ ରହିଥାନ୍ତି।

କଟନ୍‌ କପଡ଼ାର ପ୍ରକାରଭେଦ
କଟନ୍‌ କପଡ଼ାର କ୍ୱାଲିଟି ସବୁବେଳେ ସ୍ବତନ୍ତ୍ର। ସେଥିପାଇଁ ଏହି କପଡ଼ାର ମଧ୍ୟ ଅନେକ ଭେରାଇଟି ଦେଖିବାକୁ ମିଳେ। ଯେମିତିକି:

* କଟନ୍‌ ଲାନ୍‌: ଏହି କପଡ଼ା ହାଲୁକା ଓ ଆରାମଦାୟକ ହୋଇଥାଏ। ଏଥିରେ ବ୍ଲାଉଜ, ସ୍କର୍ଟ, ଶାର୍ଟ, ଟପ୍ସ ତଥା କୁର୍ତ୍ତି ଆଦି ତିଆରି କରି ପିନ୍ଧିଲେ ବେଶ୍‌ କମ୍ଫଟେବଲ୍‌ ଲାଗେ।

* କଟନ୍‌ ଜର୍ସି: ଏହି କପଡ଼ା ବି ହାଲୁକା ଲାଗିବା ସହିତ ଷ୍ଟ୍ରେଚେବଲ୍‌ ହୋଇଥାଏ। ଏଥିରେ ଟି-ଶାର୍ଟ ଆଦି ତିଆରି କରି ପିନ୍ଧିଲେ ବେଶ୍‌ ଆରାମ ଲାଗେ।

* କଟନ୍‌ ପୋପଲିନ୍‌: ଏହି ଫାବ୍ରିକ୍‌ର କପଡ଼ାକୁ ସବୁ ସମୟରେ ପିନ୍ଧା ଯାଇପାରେ। ବିଶେଷକରି ପୁରୁଷଙ୍କ ଶାର୍ଟ ତିଆରି କରିବାରେ ଏହାକୁ ବ୍ୟବହାର କରାଯାଇଥାଏ; ଯାହାକୁ ଆରାମରେ ଅଫିସ ପିନ୍ଧି ଯାଇହେବ।

* କଟନ୍‌ ଡ୍ରିଲ୍‌: ଏହି କପଡ଼ା ବେଶି ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ। ବିଶେଷକରି ୟୁନିଫର୍ମ ଆଦି ଏଥିରେ ତିଆରି କରାଯାଇଥାଏ।

* କଟନ୍‌ ସିରସୁକର: ଏହା ବି ଖୁବ୍‌ ହାଲୁକା ଫାବ୍ରିକ୍‌ର ହୋଇଥାଏ। ବିଶେଷକରି ଏଥିରେ ଶାର୍ଟ, ଶଟର୍‌ସ, ସୁଟ୍‌, କୁର୍ତ୍ତା ଆଦି ତିଆରି କରାଯାଇଥାଏ; ଯାହାକୁ ପିନ୍ଧିଲେ ବେଶ୍‌ କମ୍ଫଟେବଲ୍‌ ଲାଗିଥାଏ।
କଟନ୍‌ ପୋଷାକର ଯତ୍ନ

* କଟନ୍‌ ପୋଷାକକୁ ଧୋଇ ସାରିବା ପରେ ଏହାକୁ ଖରାରେ ନ ଶୁଖାଇ ଛାଇରେ ଶୁଖାଇବା ଦରକାର। ନଚେତ୍‌ ଏହାର ନାଚୁରାଲ୍‌ ରଙ୍ଗ ଖରାରେ ଉଡିଯିବାର ସମ୍ଭାବନା ରହିଥାଏ।

* କଟନ୍‌ ଲିନେନ୍‌ ପୋଷାକକୁ ଆଇରନ୍‌ କରିବା ସମୟରେ ଆଇରନ୍‌କୁ ବେଶି ହିଟ୍‌ କରିବା ଠିକ୍‌ ନୁହେଁ। ନଚେତ୍‌ କପଡ଼ା ଏଥିରେ ଲାଗିଯିବାର ସମ୍ଭାବନା ଥାଏ। ଆବଶ୍ୟକ ପଡିଲେ କଟନ୍‌ ପୋଷାକ ଉପରେ ଟିକେ ପାଣି ଛିଞ୍ଚତ୍ ତା’ପରେ ଆଇରନ୍‌ କଲେ କପଡ଼ା ଭଲ ଆଇରନ୍‌ ହୋଇଥାଏ।

* ଆଇରନ୍‌ କରି ସାରିବା ପରେ କଟନ୍‌ ପୋଷାକକୁ ପେପର୍‌ରେ ଗୁଡ଼ାଇ ଆଲମାରିରେ ରଖିଲେ ଏହା ଭଲ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri