ଆଜି ସରୁଛି କଟନ ଫାବ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ): ବିଭିନ୍ନ ଡିଜାଇନ୍‌ର ଆକର୍ଷଣୀୟ ଶାଢ଼ି, ଚୁଡ଼ି, ସାଲ୍‌ୱାର, ବ୍ୟାଗ୍‌, କୁର୍ତ୍ତି, ଜ୍ୟାକେଟ, ଜୋତା, ଅଳଙ୍କାର, ଘରୋପକରଣର ସମ୍ଭାରରେ ଭରପୂର ହୋଇଛି କଟନ ଫାବ୍‌ ପ୍ରଦର୍ଶନୀ। ଗୁଆହାଟୀ, ଲକ୍ଷ୍ନୌ, ଗୁଜରାଟ, ବାରାଣସୀ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ଶ୍ରୀନଗର, ହରିୟାଣା, ଭାଗଲପୁର, ଆସାମ ସହ ଓଡ଼ିଶାର ଅନେକ ସ୍ଥାନରୁ ଆସିଥିବା କାରିଗର ସେମାନଙ୍କ ହାତ ତିଆରି ସାମଗ୍ରୀର ପସରା ମେଲାଇଛନ୍ତି। ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆଜି ୩ ତାରିଖରେ ଶେଷ ହେଉଛି। ତେଣୁ ପ୍ରଦର୍ଶନୀ ବୁଲି ଦେଖିବା ସହ କିଣାକିଣି ଲାଗି ଗୋଟିଏ ଦିନର ସୁଯୋଗ ଥିବାରୁ ଶେଷ ଦିନରେ ଭଲ ବେପାର ଆଶା ରଖିଛନ୍ତି ଆୟୋଜକ।
ପ୍ରଦର୍ଶନୀ ଭିତରକୁ ପଶିବା କ୍ଷଣି ହାଜି ମହମ୍ମଦ ୟାମୁନ ନାମକ ଜଣେ ମଉସାଙ୍କ ଚୁଡ଼ିକାମ ଅତ୍ୟନ୍ତ ମନୋଲୋଭା ହୋଇଛି। ତାଙ୍କ ପାଖରେ ମହିଳାଙ୍କ ଭିଡ଼ ଲାଗୁଛି। ୧୭ବର୍ଷରୁ ଅଧିକ ହେବ ସେ ଏହି ପ୍ରଦର୍ଶନୀରେ ଭାଗ ନେଉଛନ୍ତି। ନିଜ ହାତରେ ତିଆରି କରିଥିବା ଚୁଡ଼ିଗୁଡିକର ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ ହୋଇଛି। ସେହିପରି ବ୍ୟବସାୟୀ ବାଦଲ କୁମାରଙ୍କ ପାଖରେ ସିଖୋ ସଫ୍ଟ ସିଲ୍କ, ଟସର ସିଲ୍କ, ଟୋସା, କାଞ୍ଜିପୁରମ ଭଳି ସୁନ୍ଦର ଶାଢ଼ି ରହିଛି। ରାଜସ୍ଥାନରୁ ଆସିଥିବା ଆଲାମଙ୍କ ଷ୍ଟଲ୍‌ରେ ବହୁ ସାଧାରଣ ଓ ସୁନ୍ଦର ଡିଜାଇନର ରେଗୁଲାର କୁର୍ତ୍ତି କଲେକ୍ସନ ରହିଛି। ଦାମ୍‌ ୫୫୦ରୁ ଆରମ୍ଭ। ବର୍ତ୍ତମାନ ଟ୍ରେଣ୍ଡରେ ଚାଲୁଥିବା ଝିଅଙ୍କ ଚିକନେ କୁର୍ତ୍ତିର ଅନେକ ପ୍ରକାର ଡିଜାଇନ ମଧ୍ୟ ଉପଲବ୍ଧ ରହିଛି। ଏଥିସହ ପ୍ରଦର୍ଶନୀର ବିଭିନ୍ନ ଷ୍ଟଲ୍‌ରେ ହରିୟାଣାର ଧୋତି, ଅଳଙ୍କାର ଯଥା କାନଫୁଲ, ହାର, ପାଉଁଜି, ଓଡ଼ିଶାରୁ ବ୍ରହ୍ମପୁର ଆଚାର, ପାମ୍ପଡ଼, କନ୍ଧମାଳ ହଳଦୀ, ବିଭିନ୍ନ ପନିପରିବା ମଞ୍ଜି ଆଦି ବିକ୍ରି ହେଉଛି। କିଣିବା ସହ ଖାଇବାର ମଜା ନେବା ପାଇଁ ଫୁଡ ଷ୍ଟଲଗୁଡ଼ିକରେ ମଧ୍ୟ ଲୋଙ୍କର ଭିଡ଼ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri