Posted inଜାତୀୟ

ପୂର୍ବତନ ଭାଜପା ସରକାରଙ୍କ ଦୁର୍ନୀତିର ହେବ ଯାଞ୍ଚ୍‌: ସିଦ୍ଦରାମାୟା…

ବେଙ୍ଗାଲୁରୁ,୨୭।୬ : କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଙ୍ଗଳବାର କହିଛନ୍ତି ତାଙ୍କ ସରକାର ପୂର୍ବ ଭାଜପା ସରକାରଙ୍କ ଶାସନ କାଳରେ ହୋଇଥିବା ସମସ୍ତ ଦୁର୍ନୀତି ଏବଂ ଅନିୟମିତତାର ଯାଞ୍ଚ କରିବେ ଏବଂ ଦୋଷୀଙ୍କୁ ଦଣ୍ଡିତ କରିବେ। ଏହରା ସହିତ କଂଗ୍ରେସ ପକ୍ଷରୁ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ସରକାର ପୂରଣ କରିବେ। କଂଗ୍ରେସର ପାଞ୍ଚଟି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲେ ବାର୍ଷିକ ୫୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଚଳିତ ବର୍ଷ ପ୍ରଶାସନ ଉପରେ ବୋଝ ଟିକେ ଅଧିକ ହେବ।
ଭାଜପା ସରକାରଙ୍କ ସମୟରେ ଚାରୋଟି ମେଡିକାଲ କଲେଜ ନିର୍ମାଣ କରାଯାଇଥିଲା ଏବଂ ସେସବୁରେ ଅନିୟମିତତା ଅଭିଯୋଗ ରହିଛି, ଆମେ ଏହାର ଯାଞ୍ଚ୍‌ କରିବୁ। ଏଥିସହ ଆମେ ୪୦ ପ୍ରତିଶତ କମିଶନର ଅଭିଯୋଗ ତଦନ୍ତ ମଧ୍ୟ କରିବୁ।

ପୋଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ସ୍କାମର ତଦନ୍ତ ଚାଲିଛି। ଏହାର ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ। କୋଭିଡ ସମୟରେ ଅମ୍ଳଜାନ ଅଭାବରୁ ଚାମରାଜନଗର ଡାକ୍ତରଖାନାରେ ହୋଇଥିବା ମୃତ୍ୟୁ ଘଟଣାର ମଧ୍ୟ ଯାଞ୍ଚ କରାଯିବ। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଥିଲେ କେବଳ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଅମ୍ଳଜାନ ଯୋଗାଣ ଅଭାବରୁ ମୃତକଙ୍କ ସଂଖ୍ୟା ଅଧିକ ଥିଲା। ମନ୍ତ୍ରୀ ମିଛ କହିଥିଲେ। ଆମେ ଏହାର ତଦନ୍ତ କରିବୁ ।
ନିର୍ବାଚନୀ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବା ନେଇ ସରକାରଙ୍କୁ ସମାଲୋଚନା କରିଥିବାରୁ ସେ ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି । ସାଧାରଣ ପରିବହନ ବସରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଯୋଗାଇବା ପାଇଁ କଂଗ୍ରେସ ଦେଇଥିବା ଏକ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇସାରିଛି। ଜୁଲାଇ ୧ ରୁ ପରିବାରମାନଙ୍କୁ ‘ଗୃହ ଜ୍ୟୋତି’ ଯୋଜନା ଅଧୀନରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ। ଏଥିସହ ପରିବାରର ମହିଳା ମୁଖ୍ୟଙ୍କୁ ୨ ହଜାର ଟଙ୍କା ପ୍ରଦାନ କରୁଥିବା ‘ଗୃହ ଲକ୍ଷ୍ମୀ’ ଯୋଜନା ଅଗଷ୍ଟ ୧୫ ପରେ ଆରମ୍ଭ ହେବ। ଏଥିପାଇଁ ଆବେଦନଗୁଡିକ ଲୋଡା ଯାଇଛି ।

‘ଅନ୍ନ ଭାଗ୍ୟ’ ଯୋଜନାରେ ଆମକୁ ପ୍ରତି ମାସରେ ଲୋକଙ୍କୁ ଯୋଗାଇବା ପାଇଁ ୨,୨୯ ହଜାର ମେଟ୍ରିକ ଟନ ଚାଉଳ ଆବଶ୍ୟକ। ଯାହା କୌଣସି ସ୍ଥାନରେ ଉପଲବ୍ଧ ନାହିଁ। ରାଜ୍ୟ ସରକାର ଆବଶ୍ୟକତା ଯେଭଳି ପୂରଣ ନ ହେବ ନ ସେନେଇ କେନ୍ଦ୍ର ଷଡଯନ୍ତ୍ର କରିଛି। ଫୁଡ କର୍ପୋରେଶନ ଅଫ ଇଣ୍ଡିଆ (ଏଫସିଆଇ) ରୁ ଆବଶ୍ୟକ ଚାଉଳ ନ ଯୋଗାଇବାକୁ କେନ୍ଦ୍ର ଷଡ଼ଯନ୍ତ୍ର କରିଛି। ଷ୍ଟକ ଥିବାରୁ ଏଫସିଆଇ ପ୍ରଥମେ ଯୋଗାଇବାକୁ ରାଜି ହୋଇଥିଲା। ଏହି ଯୋଜନା ଅଧୀନରେ ଦାରିଦ୍ର ସୀମାରେଖା (ବିପିଏଲ) ତଳେ ରହୁଥିବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଅତିରିକ୍ତ ପାଞ୍ଚ କିଲୋଗ୍ରାମ ଚାଉଳ ଯୋଗାଇବାର ଯୋଜନା ରହିଛି।

ଭାଜପା ସରକାର ହେଉଛନ୍ତି ଗରିବ ବିରୋଧୀ। ଆମେ ଏନସିସିଏଫ, ଏନଏଏଫଇଡି ଏବଂ କେନ୍ଦ୍ରୀୟ ଭଣ୍ଡାର ପରି ଅନ୍ୟ ଏଜେନ୍ସି ମାଧ୍ୟମରେ ଚାଉଳ ପାଇବାକୁ ଚେଷ୍ଟା କରୁଛୁ।

‘ଯୁବନିଧି’ ଯୋଜନାରେ ବେରୋଜଗା ସ୍ନାତକମାନଙ୍କ ପାଇଁ ମାସକୁ ୩ ହଜାର ଟଙ୍କା ଏବଂ ବେକାର ଡିପ୍ଲୋମା ଧାରକମାନଙ୍କ ପାଇଁ ୧୫ ଶହ ଟଙ୍କା ପ୍ରଦାନ କରିବାକୁ ସିଏମ କହିଛନ୍ତି । ଏହା ଚବିଶ ମାସ ପାଇଁ ଦିଆଯିବ। ଯେଉଁ ସମୟ ମଧ୍ୟରେ ବେକାରମାନଙ୍କୁ ଚାକିରି ଖୋଜିବାକୁ ପଡ଼ିବ। ଚାକିରି ପାଇବା ପରେ ଏହାକୁ ବନ୍ଦ କରାଯିବ। ସରକାରୀ ବିଭାଗରେ ପ୍ରାୟ ୨.୫ ଲକ୍ଷ ଖାଲି ପଦବୀ ପୂରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri