ଜନକଲ୍ୟାଣ ଯୋଜନାରେ ଦୁର୍ନୀତି, ହରିଲୁଟ୍‌

ଯାଜପୁର ଅଫିସ/ କୋରେଇ, (ଡି.ଏନ.ଏ.)୯ା୨: ଯାଜପୁର ଜିଲା କୋରେଇ ବ୍ଲକରେ ଏମଜିଏନଆର୍‌ଇଜିଏସ୍‌ ଯୋଜନା, ଆବାସ, ଡ୍ରେନେଜ, ଜଳସେଚନ ଆଦି ଜନହିତକର ଯୋଜନାରେ ଦୁର୍ନୀତି ବରଗଛ ଓହଳ ପରି ଲମ୍ବି ଚାଲିଛି । ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ। ବରଂ ବ୍ଲକ କାର୍ଯ୍ୟାଳୟ ଅଧୀନରେ ୫ ଓ ୧୦ ବର୍ଷରୁ ଊର୍ଦ୍ଧ୍ୱ ଦିନ ଧରି ଗାଦି ମାଡି ବସିଥିବା କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପୁଣି ଦୁର୍ନୀତି, ପ୍ରିୟାପ୍ରୀତି, ହରିଲୁଟ କରିବାକୁ ପ୍ରୋସତ୍ାହନ ମିଳୁଛି। ୧୪ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଏହି ବ୍ଲକରେ ମୋହ ତୁଟୁ ନ ଥିବାରୁ ଯେତେ ବଦଳି ନିର୍ଦ୍ଦେଶ ହେଲେ ବି କଳେବଳେ କୌଶଳେ ତାକୁ ବାତିଲ କରାଯାଉଥିବା ଅଭିଯୋଗ ହୋଇଛି। ଏଥିରେ କେତେଜଣ ସ୍ଥାନୀୟ ନେତାଙ୍କ ହାତ ରହୁଛି ବୋଲି ଚର୍ଚ୍ଚା ହେଉଛି । ଫଳରେ କୋରେଇ ବ୍ଲକର ବିକାଶ ଉପରେ ବିନାଶ ଭାରି ପଡିଛି ବୋଲି ମତପ୍ରକାଶ ପାଇଛି।

ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ପ୍ରାକୃତିକ ସମ୍ବଳ ଯଥା:-ଜଳ ଅମଳ ପ୍ରକଳ୍ପ, ପୋଖରୀ ପୁନରୁଦ୍ଧାର, ମରୁଡ଼ି ନିରାକରଣ ଏବଂ ଗରିବଙ୍କ ଜମିର ଉନ୍ନୟନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି ା କିନ୍ତୁ ଯାଜପୁର ଜିଲାରେ ସେହି ଯୋଜନା ପାଣ୍ଠି ବିନିଯୋଗରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ୬୫ ପ୍ରତିଶତ ଖର୍ଚ୍ଚ କରାଯାଇଥିବାବେଳେ ପ୍ରାକୃତିକ ସମ୍ବଳ ସୃଷ୍ଟି କ୍ଷେତ୍ରରେ ମାତ୍ର ୩୫ ପ୍ରତିଶତ ଖର୍ଚ୍ଚ କରାଯାଇଛି । ଯାଜପୁର ଜିଲାରେ ଏମ୍‌ଜିଏନଆରଇଜିଏସ୍‌ ଅନ୍ୟ ସାଧାରଣ ଯୋଜନା ଭଳି ଅମଲାତନ୍ତ୍ର ଏବଂ ଠିକାଦାରଙ୍କ ଜାଲରେ ଛନ୍ଦି ହୋଇ ଦିଗହରା ହୋଇଥିବା ପରିଲକ୍ଷିତ ହେଉଛି । ଗାଇଡ୍‌ ଲାଇନ ଅନୁସାରେ ଉକ୍ତ ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିରୁ ଲୋକଙ୍କୁ ମଜୁରୀ ଦେବାରେ ୬୦ପ୍ରତିଶତରୁ କମ ଖର୍ଚ୍ଚ ହେବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । ମାତ୍ର ବାସ୍ତବପକ୍ଷେ ଏଥିରୁ ୫୦ ପ୍ରତିଶତ ମେଶିନ ଦ୍ୱାରା ଖର୍ଚ୍ଚ ହେଉଛି । ମିଥ୍ୟା ମଷ୍ଟରରୋଲ ତିଆରି କରି ଶ୍ରମିକଙ୍କ ନାମରେ ଏମ୍‌ଜିଏନଆରଇଜିଏସ୍‌ ଟଙ୍କା ହରିଲୁଟ ହେଉଛି । ଏହାର ଗଳାବାଟ ପ୍ରସ୍ତୁତ କରିବାକୁ ଯାଇ ଏମ୍‌ଜିଏନଆରଇଜିଏସ୍‌ରେ ଅନ୍ୟ ଏକ ଯୋଜନାକୁ ସାମିଲ କରାଯାଉଛି। ଯେଉଁଠି ମେଶିନ ଚାଲିଥିବା ଅଭିଯୋଗ ହେଉଛି ସେଠାରେ ଅନ୍ୟ ଏକ ଯୋଜନାକୁ ସାମିଲ କରାଯାଇଛି ବୋଲି ଦର୍ଶାଇ ଦାୟିତ୍ୱରେ ଥିବା ଅଧିକାରୀମାନେ ମୁକୁଳି ଯାଉଛନ୍ତି। ଯାହାକି କୋରେଇ ବ୍ଲକରେ ଏଭଳି ଚଞ୍ଚକତା ଅଧିକ ଦେଖିବାକୁ ମିଳିଛି। ଉକ୍ତ ବ୍ଲକରେ ୩୨,୮୪୭ ଜଣଙ୍କ ପାଖରେ ବର୍ତ୍ତମାନ ଜବ୍‌କାର୍ଡ ରହିଛି। ହେଲେ ବୁଧବାର ସୁଦ୍ଧା ମାତ୍ର ୧୩୩ ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ଏମ୍‌ଜିଏନଆରଇଜିଏସ୍‌କୁ ତଦାରଖ ଏବଂ ପରିଚାଳନା କରିବାକୁ ପଞ୍ଚାୟତସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ), ଏମ୍‌ଜିଏନଆରଇଜିଏସ୍‌ ଆସିଷ୍ଟାଣ୍ଟ, ଜିଆରଏସ୍‌ ପ୍ରମୁଖ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ଅନ୍ୟପକ୍ଷେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦ା୧୨ା୨୦୨୨ ସୁଦ୍ଧା ଉକ୍ତ ବ୍ଲକର ୨ ଜଣ ପିଇଓ ଶ୍ରୀବାସ କୁମାର ରାଉତ ଏବଂ ସଂଯୁକ୍ତା ସାହୁଙ୍କ ୧୦ ବର୍ଷ ହେଲା ବଦଳି ହୋଇନାହିଁ। ସେହିପରି ପିଇଓ ଗୌରାଙ୍ଗଚରଣ ପ୍ରଧାନ ୩ା୨ା୨୦୧୬ରୁ ଓ ନାରାୟଣ ଚନ୍ଦ୍ର ବେହେରା ୭ା୯ା୨୦୧୭ରୁ ଏଠାରେ ଅବସ୍ଥାପିତ ଅଛନ୍ତି। ବିଡମ୍ବନା ଯେ, ଏମ୍‌ଜିଏନଆରଇଜିଏସ୍‌ ଆସିଷ୍ଟାଣ୍ଟ ଭାବେ ନିରୋଧ କୁମାର ପାଢୀ ୪ା୧୧ା୨୦୧୨ ଓ ଶାନ୍ତିଲତା ଜେନା ୫ା୧୧ା୨୦୧୨ରୁ କୋରେଇ ବ୍ଲକରେ କାର୍ଯ୍ୟରତ ଅଛନ୍ତି। ଏସିପି ଅନିଲ କୁମାର ସାହୁ ମଧ୍ୟ ୧୭ା୮ା୨୦୦୮ରୁ ଏଠାରେ କାମ କରୁଛନ୍ତି। ଅନ୍ୟପକ୍ଷେ ବିପିଏ ରଞ୍ଜନ କୁମାର ଓଝା, ଡବ୍ଲ୍ୟୁଇଓ ସେକ୍ସନର ଡିଇଓ ସୁଦର୍ଶନ ସାମଲ, ବିଏସ୍‌ଏସ୍‌ଓ ସେକ୍ସନ ପିଏ ମନିଷା ପରିଡ଼ା, ଏଡିବ୍ଲ୍ୟୁଓ ହେମନ୍ତ କୁମାର ଜେନା, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଉତ୍ତମ ଚନ୍ଦ୍ର ରଣା, ଆସିଷ୍ଟାଣ୍ଟ ଫିସରୀ ଅଫିସର ଗାୟତ୍ରୀ ନାୟକ ପ୍ରମୁଖଙ୍କ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ବଦଳି ହୋଇନାହିଁ। ଏ ସଂକ୍ରାନ୍ତରେ କୋରେଇ ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ମତାମତ ନେବାକୁ ବୁଧବାର ସନ୍ଧ୍ୟାରେ ତାଙ୍କୁ ଏକାଧିକ ଥର ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri