ଡେରାବିଶ ମହିଳା ଶିଶୁ ସମନ୍ବିତ ବିଭାଗରେ ଦୁର୍ନୀତି

ଡେରାବିଶ,୧୫ା୭(ସ୍ବ.ପ୍ର.): ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କେନ୍ଦ୍ରପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଧୀନ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା  କିଟ୍‌ ଓ ଖେଳଣା କିଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ ଏହି ଯୋଜନା ଶିଶୁ ବିକାଶ ନା ଶିଶୁ ବିନାଶ ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ କରିଛନ୍ତି।
ସୂଚନା ଅନୁଯାୟୀ, ବ୍ଳକ ଅଧୀନ ୨୬ ପଞ୍ଚାୟତରେ ୩୨୪ ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ଶତାଧିକ ଶିଶୁଙ୍କ ଭବିଷ୍ୟତ ଗଢା ହେଉଥିବା ବେଳେ ନିକଟରେ ପ୍ରତି କେନ୍ଦ୍ରକୁ ପ୍ରାଥମିକ ଚିକିସତ୍ା କିଟ୍‌ ଓ ଖେଳଣା କିଟ୍‌ ଯୋଗାଇ ଦିଆଯାଇଛି। ପ୍ରତି ପ୍ରାଥମିକ ଚିକିତ୍ସା  କିଟ୍‌ ପାଇଁ ୧୫ଶହ ଟଙ୍କା ଓ ଖେଳଣା କିଟ୍‌ ପାଇଁ ୨୫ଶହ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ଏଥିରେ ବଡ ଧରଣର ଦୁର୍ନୀତି ହୋଇଛି ବୋଲି ବହୁ ଅଙ୍ଗନୱାଡି କର୍ମୀ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି କିଟ୍‌ କିଣିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ପଠାଯାଇଥିବା ବେଳେ କେତେଜଣ ବ୍ୟକ୍ତି ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ଏହି କିଟ୍‌ଗୁଡିକ ଜବରଦସ୍ତ ଦେଇ ଟଙ୍କା ନେବା ପାଇଁ ଜୁଲମ କରୁଥିବା ଅଭିଯୋଗ ହୋଇଛି।ଏପରିକି ପ୍ରାଥମିକ ଚିକିତ୍ସା  କିଟ୍‌ ମୂଲ୍ୟ ୧୫ଶହ ଟଙ୍କା ସ୍ଥିର ହୋଇଥିବା ବେଳେ ଯୋଗାଇ ଦିଆଯାଇଥିବା କିଟ୍‌ରେ ୫ଶହରୁ ୭ଶହ ଟଙ୍କା ହେବ ବୋଲି ଦେଖିବାକୁ ମିଳିଛି। ସେହିପରି ଖେଳଣା କିଟ୍‌ର ମୂଲ୍ୟ ୨ହଜାର ୫ଶହ ଟଙ୍କା ହୋଇଥିବା ବେଳେ କେନ୍ଦ୍ରମାନଙ୍କୁ ଦିଆଯାଇଥିବା କିଟ୍‌ରେ ଯେଉଁ ଖେଳଣା ରହିଛି ତାହାର ମୂଲ୍ୟ ୮ଶହରୁ ୧ହଜାର ଟଙ୍କା ମଧ୍ୟରେ ହେବ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏ ସମ୍ପର୍କରେ ବ୍ଳକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସ୍ନେହଲତା ସାହୁଙ୍କୁ ପଚାରିବାରୁ ସେ ଅଙ୍ଗନୱାଡି କର୍ମୀଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ଏହି କିଟ୍‌ କିଣିବା ପାଇଁ କର୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ସେମାନେ ନ କିଣି ବାହାର ଲୋକଙ୍କଠାରୁ କାହିଁକି କିଣିଲେ ବୋଲି କହିଥିଲେ। ଏ ସମ୍ପର୍କରେ ସେ ବିଭିନ୍ନ କେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଭେଣ୍ଡରମାନଙ୍କୁ କାର୍ଯ୍ୟାଳୟ ତରଫରୁ କିଟ୍‌ ଯୋଗାଇ ଦେବାକୁ ଅଘୋଷିତ ଭାବେ ଅନୁମତି ପ୍ରଦାନ କରାଯାଇଛି ବୋଲି ଅଙ୍ଗନୱାଡି କର୍ମୀମାନେ ଅଭିଯୋଗ କରିଥିବା ବେଳେ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଏହାକୁ ଖଣ୍ଡନ କରିଛନ୍ତି। ଯଦି ବାଡ ଫସଲ ଖାଏ ତେବେ ଫସଲର ସୁରକ୍ଷା କିଏ ଦେବ, ସମନ୍ବିତ ଶିଶୁ ବିକାଶ ଯୋଜନା ଶିଶୁ ବିନାଶ ଯୋଜନାରେ ପରିଣତ ନ ହେବା ପାଇଁ ଏହାର ତଦନ୍ତ ଜରୁରୀ ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ଶତପଥି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri