ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗରେ ଦୁର୍ନୀତି

ଡେରାବିଶ, ୨୭।୭ (ସ୍ବ.ପ୍ର.): କୋମଳମତି ଶିଶୁଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହେବାରେ ଲାଗିଛି। ରାଜ୍ୟ ସମନ୍ବିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ଶିଶୁମାନଙ୍କ ଯତ୍ନ ପାଇଁ କେନ୍ଦ୍ରକୁ ବିଭିନ୍ନ ପ୍ରକାର ଖେଳଣା, ପୋଷାକ, ପୁଷ୍ଟିକର ଖାଦ୍ୟ ସହ ସ୍ବାସ୍ଥ୍ୟ ପାଇଁ ଔଷଧ କିଟ୍‌ ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମାତ୍ର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଶିଶୁମାନଙ୍କ ପାଇ ଆସୁଥିବା ଅର୍ଥକୁ ବିଭାଗୀୟ ଅଧିକାରୀ କେତେଜଣ ଏଜେଣ୍ଟଙ୍କ ଜରିଆରେ ହଡ଼ପ କରୁଥିବା କର୍ମୀମାନେ ଅଭିଯୋଗ କରିଛନ୍ତି। ନିକଟରେ ହୋଇଥିବା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଙ୍ଗନୱାଡି ବ୍ଲକ ସଂଘ ସଭାନେତ୍ରୀ ବଉଳ ସେଠୀଙ୍କ ନେତୃତ୍ୱରେ କେତେଜଣ କର୍ମୀ ବିଭିନ୍ନ ଯୋଜନାରେ କେନ୍ଦ୍ରକୁ ଶିଶୁଙ୍କ ପାଇଁ ଆସୁଥିବା ଅର୍ଥରାଶିକୁ ସିଡିପିଓ କିଭଳି ସିଧାସଳଖ ହଡ଼ପ କରୁଛନ୍ତି ସେ ବିଷୟରେ ଅଭିଯୋଗ କରିଥିଲେ। ଘଟଣାକୁ ଇତିମଧ୍ୟରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରା ନ ଯିବା ନେଇ କର୍ମୀମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିଶୁଙ୍କ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ଝୁଲଣା, ଲୁଡ଼ୁ, କଳାପଟା ଓ ମ୍ୟାଟ୍‌ ବାବଦରେ ୭୦୦୦ ଟଙ୍କା କେନ୍ଦ୍ରର ଜମାଖାତାକୁ ବିଭାଗ ପକ୍ଷରୁ ଆସିଥିଲା। ଏହି ଅର୍ଥରାଶିରେ କେନ୍ଦ୍ରର କର୍ମୀମାନେ ଉପରୋକ୍ତ ଜିନିଷ କ୍ରୟ କରିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ସିଡିପିଓଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ଓ ସହଯୋଗୀ କମ୍‌ ଦାମ୍‌ର ଝୁଲଣା ଏବଂ ମ୍ୟାଟ୍‌ ପରିବର୍ତ୍ତେ କେବଳ ଏକ ଲୁଡ଼ୁ ଯୋଗାଇ ଦେଇ ତାଙ୍କଠାରୁ ଅର୍ଥରାଶି ନେଇଥିବା ଅଙ୍ଗନୱାଡି ବ୍ଲକ ସଂଘ ସଭାନେତ୍ରୀ ବଉଳ ସେଠୀ ପ୍ରକାଶ କରିଛନ୍ତି। ବଉଳଙ୍କ ସୂଚନା ଅନୁଯାୟୀ, ଝୁଲଣା ୩୦୦୦ ଟଙ୍କାରେ କ୍ରୟ କରିବାକୁ ଥିବା ବେଳେ ୧୦୦୦ ଟଙ୍କାର ଏକ ଝୁଲଣା ଓ ମ୍ୟାଟ୍‌ ପାଇଁ ୧୦୦୦ ଟଙ୍କା ଥିବା ବେଳେ ୬୦ ଟଙ୍କାର ଲୁଡ଼ୁ ଯୋଗାଯାଇଛି। ସିଡିପିଓ ଡ୍ରାଇଭର ଓ ତାଙ୍କ ସହଯୋଗୀ କେନ୍ଦ୍ରର କର୍ମୀମାନଙ୍କଠାରୁ ୫୦୦୦ଟଙ୍କା ନେଇଥିବା ବଉଳ କହିଛନ୍ତି। ସେହିପରି ବ୍ଲ୍ଳକ ଅଧୀନରେ ଥିବା ୩୨୪ଟି କେନ୍ଦ୍ର ପାଇଁ ଖେଳଣା କିଟ୍‌ ବାବଦରେ ଆସିଥିବା ୨୫୦୦ ଟଙ୍କା ଓ ଔଷଧ କିଟ୍‌ ପାଇଁ ଆସିଥିବା ୧୫୦୦ ଟଙ୍କାରେ କର୍ମୀମାନେ ସେସବୁକୁ କ୍ରୟ କରିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ସିଡିପିଓଙ୍କ ଦ୍ୱାରା ଦୁଇଜଣ ଭେଣ୍ଡର ପ୍ରତ୍ୟେକ କେନ୍ଦ୍ରକୁ ୧୦୦୦ ଟଙ୍କାର ଖେଳଣା ଯୋଗାଇ ୨୫୦୦ ଟଙ୍କାର ରସିଦ୍‌ ଦେବା ଓ ୫୦୦ ଟଙ୍କାର ଔଷଧ କିଟ୍‌ ଦେଇ ୧୫୦୦ ଟଙ୍କାର ରଶିଦ୍‌ ଦେବା ଭଳି ଦୁର୍ନୀତିକୁ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ବିଷୟରେ ଜଣାପଡିବା ପରେ କେନ୍ଦ୍ରକୁ କିଟ୍‌ ଯୋଗାଇଥିବା ଭେଣ୍ଡରମାନେ ଯାଇ ଖେଳଣା ଓ ଔଷଧ କିଟ୍‌ ପାଇଁ ଆସିଥିବା ସମସ୍ତ ଅର୍ଥରେ କିଟ୍‌ ଯୋଗାଯାଇଛି ବୋଲି କର୍ମୀମାନଙ୍କଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। କେତେଜଣ କର୍ମୀ ସେମାନଙ୍କ ନାମ ଗୋପନ ରଖିବା ସର୍ତ୍ତରେ ଏହା ପ୍ରକାଶ କରିଛନ୍ତି। ଏ ବିଷୟରେ ସିଡିପିଓଙ୍କ ନିକଟରେ ଯେଉଁ କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ସେହି କର୍ମୀଙ୍କୁ ସିଡିପିଓ ଦୁର୍ବ୍ୟବହାର କରିବା ସହ ସୁପରଭାଇଜରଙ୍କ ଜରିଆରେ ସମ୍ପୃକ୍ତ କେନ୍ଦ୍ରର ଖାତା ସବୁ ଯାଞ୍ଚ କରିବା ନେଇ ସଂଘ ସଭାପତି ବଉଳ ପ୍ରକାଶ କରିଛନ୍ତି। ଏଭଳି ଦୁର୍ନୀତି ଓ ସରକାରୀ ଅର୍ଥକୁ ସିଧାସଳଖ ହଡ଼ପର ତଦନ୍ତ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଭାଜପା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ କହିଛନ୍ତି, ଏଭଳି ଦୁର୍ନୀତି ଚାଲିଥିବା ବେଳେ ପ୍ରଶାସନ କାହିଁକି ନୀରବ ରହୁଛି ଏବଂ ଏହି ଘଟଣାର ତଦନ୍ତ କିପରି ହେଉନାହିଁ ଏହା ସମସ୍ତଙ୍କୁ ଚକିତ କରିଛି। ଏହାର ନିରପେକ୍ଷ ତଦନ୍ତ କରାଯାଇ ସମ୍ପୃକ୍ତ ସିଡିପିଓ ଓ ଦୁର୍ନୀତିରେ ସମ୍ପୃକ୍ତ ଥିବା ଡ୍ରାଇଭର ଓ ଭେଣ୍ଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସିଡିପିଓ ସ୍ନେହଲତା ସାହୁଙ୍କୁ ପଚାରିବାରୁ ଖେଳଣା ଓ ଔଷଧ କିଟ୍‌ ଯୋଗାଇବାକୁ କୌଣସି ଭେଣ୍ଡରଙ୍କୁ ସେ ନିଯୁକ୍ତି ଦେଇନାହାନ୍ତି। କର୍ମୀଙ୍କ ଜମାଖାତାକୁ ଯାଇଥିବା ଅର୍ଥ ରାଶିରେ କର୍ମୀମାନେ ଖେଳଣା ଓ ଔଷଧ କିଣି ତା’ର ରଶିଦ୍‌ ତାଙ୍କୁ ଦେବା କଥା। ମାତ୍ର ଏଯାଏ କୌଣସି କର୍ମୀ ତାଙ୍କୁ ରଶିଦ୍‌ ଦେଇନାହାନ୍ତି। ଅପରପକ୍ଷରେ ଝୁଲଣା, ଲୁଡ଼ୁ ଯୋଗାଣ ବିଷୟରେ ସିଡିପିଓ ସାହୁଙ୍କୁ ପଚାରିବାରୁ ସେ ଏହାର କୌଣସି ଉତ୍ତର ଦେଇ ନ ଥିଲେ। ଅନ୍ୟପକ୍ଷରେ ଜିଲା ସମାଜମଙ୍ଗଳ ଅଧିକାରୀ ଶଙ୍କର ଜେନାଙ୍କୁ ପଚାରିବାରେ ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ବିଷୟରେ ସେ ଅବଗତ ଅଛନ୍ତି। ଖୁବ୍‌ଶୀଘ୍ର ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri