ମଙ୍ଗଳପୁର-ବଡ଼କୁଆଁଲ ରାସ୍ତା କାମରେ ଦୁର୍ନୀତି

ପ୍ରୀତିପୁର,୧୩ା୫(ଡି.ଏନ୍‌.ଏ.): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ା ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାର ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି ା ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରିକି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ(ଏଷ୍ଟିମେଟ) କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାମ କରୁଥିବା ଦେଖିବାକୁ ମିଳୁଛି। କାମ ଆରମ୍ଭ ପୂର୍ବରୁ ସୂଚନାଫଳକ ଲଗାଇବାର ନିୟମ ରହିଥିଲେ ମଧ୍ୟ ଠିକାଦାର ବହୁ ବିଳମ୍ବରେ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଫଳକ ଲଗାଇ ଜନସାଧାରଣଙ୍କୁ ଅନ୍ଧାରରେ ରଖିବାକୁ ପ୍ରୟାସ କରୁଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ବିଂଝାରପୁର ଗ୍ରାମ ଉନ୍ନୟନ ବିଭାଗ ଅଧୀନ ମଙ୍ଗଳପୁର-ବଡକୁଆଁଲ ରାସ୍ତା କାମରେ ବୋଲି ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ମଙ୍ଗଳପୁର-ବଡକୁଆଁଲ ରାସ୍ତା ଉପରେ ଦଶରଥପୁର ଓ ବିଂଝାରପୁର ବ୍ଲକର ଲୋକଙ୍କ ସମେତ ଯାଜପୁର, କେନ୍ଦ୍ରାପଡ଼ା ଜିଲାର ଜନସାଧାରଣ ନିର୍ଭର କରିଥାନ୍ତି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉକ୍ତ ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗରୁ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ହୋଇଆସୁଥିଲା। ମାତ୍ର ପ୍ରଶାସନ ଏହାକୁ ଅଣଦେଖା କରି ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ରାସ୍ତାକାମ ସାରିବାକୁ ଟେଣ୍ଡର କରିଥିଲା। ଯାହାର କାର୍ଯ୍ୟାଦେଶ ସୁଶାନ୍ତ ପରିଡ଼ାଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାୟ ୮.୫୫୦ କି.ମି. ରାସ୍ତା ନିର୍ମାଣ ନିମନ୍ତେ ୮ କୋଟି ୩୧ ଲକ୍ଷ ୮ ହଜାର ଟଙ୍କା ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମିଶାଇ ୮.୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହି ଅର୍ଥରେ ୫.୫ ମିଟର ଓସାର ରାସ୍ତା ନିର୍ମାଣ କରାଯିବା ସହିତ ୬.୪୬୪ କି.ମି. ପିଚୁ ରାସ୍ତା ଓ ୨.୦୫୬ କିମି ସିସି ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଥିଲା ା ମାତ୍ର ଯନ୍ତ୍ରୀ-ଠିକାଦାର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ଉକ୍ତ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା ପୂର୍ବ ରାସ୍ତାକୁ ସମ୍ପ୍ରସାରଣ ନିମନ୍ତେ ଉଭୟ ପାର୍ଶ୍ୱରେ କରାଯାଉଥିବା କଙ୍କ୍ରିଟ୍‌ କାମରେ ଧାର୍ଯ୍ୟ ପରିମାଣଠାରୁ ବହୁ କମ୍‌ ସିମେଣ୍ଟ ଓ ଅଧିକ ବାଲି ମିଶାଯାଇଥିବାରୁ ତାହା ବହୁ ସ୍ଥାନରେ ଦବି ଯିବା ସହିତ ଫାଟ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱ ସମ୍ପ୍ରସାରଣ ନିମନ୍ତେ ପ୍ରଥମେ ମାଟି ଖୋଳାଯାଇ ୧୫୦ ମିମି ବାଲି ଓ ପରେ ୧୦୦ମିିମି ଡିଏଲସି କରାଯିବା କଥା ମାତ୍ର ଏକାଧିକ ସ୍ଥାନରେ ଧାର୍ଯ୍ୟ ପରିମାଣରେ ବାଲି ନ ଦିଆଯିବା ଓ ରୋଲିଂ ନ କରାଯାଇ ପଚପଚିଆ କାଦୁଅ ଉପରେ ଡିଏଲସି କରାଯାଉଥିବା ଦେଖିବାକୁ ମିଳିଛି ା ସେହିପରି ଉକ୍ତ ରାସ୍ତାର କେନ୍ଦୁଆକୂଳ ଓ ବଡ଼କୁଆଁଲ ନିକଟରେ ନିର୍ମାଣାଧୀନ ଥିବା ସେତୁ କାର୍ଯ୍ୟରେ ମଧ୍ୟ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହି କାମରେ ବି ଆବଶ୍ୟକତା ଠାରୁ ବହୁ କମ୍‌ ପରିମାଣରେ ସିମେଣ୍ଟ ଓ ବହୁ ଅଧିକ ପରିମାଣରେ ବାଲି ମିଶାଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ା ଏଭଳି ଅନିୟମିତତା ସମ୍ପର୍କରେ ପ୍ରତିବାଦ କଲେ ଠିକାଦାର ସ୍ଥାନୀୟ ନେତାଙ୍କ ସହାୟତାରେ ଅଭିଯୋଗକାରୀଙ୍କୁ ଧମକଚମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ନିୟମିତ ଘଟଣାସ୍ଥଳକୁ ଆସୁ ନ ଥିବାରୁ ଏହି କାମ ନିମ୍ନମାନର ହେଉଛି। ଏଭଳି ଅଭିଯୋଗ ସମ୍ପର୍କରେ ଠିକାଦାର ସୁଶାନ୍ତ ପରିଡ଼ାଙ୍କୁ ଯୋଗାଯୋଗ କରାଯାଇଥିଲା ା ସେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହିତ ଜଣେ ସରପଞ୍ଚଙ୍କ ପରାମର୍ଶଙ୍କ ଅନୁଯାୟୀ କାମ ହେଉଛି ବୋଲି କହିଥିଲେ। ସେହିପରି ବିଭାଗୀୟ ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ା କାର୍ଯ୍ୟବ୍ୟସ୍ତତା ଯୋଗୁ କାମ ହେଉଥିବା ସ୍ଥାନକୁ ସେ ଯାଇ ପାରୁନାହାନ୍ତି ା ସେଥିପାଇଁ ଅନ୍ୟ କର୍ମଚାରୀଙ୍କୁ କାମ ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri