Categories: ଜାତୀୟ

ପ୍ରଫେସର ନିଯୁକ୍ତିରେ ଦୁର୍ନୀତି: ଯାଞ୍ଚ ଆଦେଶ ଦେଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ,୩।୫ : ଦିଲ୍ଲୀର ଉପରାଜ୍ୟପାଳ (ଏଲଜି) ଭି.କେ ସାକ୍ସେନା ଦିଲ୍ଲୀ ଫାର୍ମାସ୍ୟୁଟିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି (ଡିପିଏସଆରୟୁ) ପ୍ରଫେସର ନିଯୁକ୍ତିରେ ଅନିୟମିତତା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ, ଅନୁଷ୍ଠାନର ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର ପଦବୀରେ ନିଯୁକ୍ତିକୁ ନେଇ ଦୁର୍ନୀତି ଅଭିଯୋଗ ଆସିଥିଲା। ରାଜ ନିବାସ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି, ଡିପିଏସଆରୟୁରେ ପ୍ରଫେସର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଉପରେ ଏଲଜି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ପ୍ରଫେସର ନିଯୁକ୍ତିରେ ଏକ ବଡ଼ ଧରଣର ଦୁର୍ନୀତି, ପକ୍ଷପାତିତା ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ଅନୁଷ୍ଠାନରେ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଫେବୃଆରୀ ଏବଂ ଜୁଲାଇ ୨୦୧୯ ରେ ଆବେଦନ କରାଯାଇଥିଲା। ଏହାର କିଛି ମାସ ପରେ, ୨୦୨୦ ରେ, ଏହି ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅଭିଯୋଗ ଗ୍ରହଣ କରିବା ପରେ ବିଭାଗ ଡିପିଏସଆରୟୁରୁ ରେକର୍ଡ ଲୋଡିିଥିଲା ଏବଂ ସେହି ଆଧାରରେ ବିଭାଗର ଭିଜିଲାନ୍ସ ୱିଙ୍ଗ ସେହି ୬ଜଣ ପ୍ରାର୍ଥୀଙ୍କ ନିଯୁକ୍ତି ସହ ଜଡିତ ଦଲିଲଗୁଡ଼ିକୁ ଯାଞ୍ଚ କରିଥିଲେ। ଏହି ଅନୁସନ୍ଧାନରେ ଅନେକ ଅନିୟମିତତା ଦେଖିବାକୁ ମିଳିଥିଲା। ଏହା ପରେ ଏଲଜିଙ୍କ ପକ୍ଷରୁ ଏହି ଘଟଣାର ବିସ୍ତୃତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁସାରେ, ପ୍ରାର୍ଥୀଙ୍କ ନିଯୁକ୍ତିରେ ଅନିୟମିତତା ସାମ୍ନାକୁ ଆସିଛି ଯାହାର ନିଯୁକ୍ତି ଭିଜିଲାନ୍ସ ବିଭାଗ ଦ୍ୱାରା ଯାଞ୍ଚ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଏହାର ରିପୋର୍ଟରେ ଦର୍ଶାଇଛି , ସମ୍ପୃକ୍ତ ପ୍ରାର୍ଥୀଙ୍କ ଉପରେ ଉପରୋକ୍ତ ପଦବୀ ପାଇଁ ଅଭିଜ୍ଞତା ଅଭାବ ରହିଛି କିମ୍ବା ଯୋଗ୍ୟତା ମାନଦଣ୍ଡ ପୂରଣ ପାଇଁ ଜାଲ ଡକ୍ୟୁମେଣ୍ଟ ଦାଖଲ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଡିପିଏସଆରୟୁ ପ୍ରଫେସରଙ୍କ ସକ୍ରିୟ ହସ୍ତକ୍ଷେପ ବିନା ନିଯୁକ୍ତିରେ ଏଭଳି ବଡ଼ ଧରଣର ଦୁର୍ନୀତି ସମ୍ଭବ ନୁହେଁ। ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତାବକୁ ଗ୍ରହଣ କରି ଡିଜିପିଆରୟୁ ଅଧିନିୟମ ଅନୁଯାୟୀ ଯାଞ୍ଚ ଏବଂ ଅନୁସନ୍ଧାନ ପାଇଁ ୭ ଦିନିଆ ବିଜ୍ଞପ୍ତି ଜାରି କରିବାକୁ ଏଲଜି ନିର୍ଦ୍ଦେଶ ଦେଇଛନ୍ତି।

Share