Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ସିବିଆଇ ଚଢାଉ

ଯୋଧପୁର,୧୭।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଆଗ୍ରାସେନ ଗେହଲୋଟଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ଏହାପୂର୍ବରୁ ଇଡି ଆଗ୍ରାସେନଙ୍କ ଘରେ ଚଢାଉ କରିଥିଲା। ସାର ରପ୍ତାନି ମାମଲାରେ ଅନିୟମିତତା ଅଭିଯୋଗରେ ଆଗ୍ରାସେନ ଗେହଲୋଟ ଇଡି ଅନୁସନ୍ଧାନରେ ଅଛନ୍ତି। ଇଡି ଅଭିଯୋଗ କରିଛି ଯେ, ଅଶୋକ ଗେହଲୋଟଙ୍କ ଭାଇ ଆଗ୍ରାସେନ ୨୦୦୭ ଏବଂ ୨୦୦୯ରେ ବେଆଇନ ଭାବେ ବହୁ ପରିମାଣର ସାର ରପ୍ତାନି କରିଥିଲେ।
ସିବିଆଇ ଟିମ ଶୁକ୍ରବାର ସକାଳେ ଭାଇ ଆଗ୍ରାସେନଙ୍କ ଘରେ ପହଞ୍ଚିଥିଲା। ଏହି ଟିମ୍‌ରେ ପାଞ୍ଚଜଣ ଅଧିକାରୀ ଦିଲ୍ଲୀର ଏବଂ ପାଞ୍ଚଜଣ ଅଧିକାରୀ ଯୋଧପୁରର ଅଛନ୍ତି। ଏବେ ତଦନ୍ତ ପ୍ରକ୍ରିୟା ଚାଲିଛି।

Share