ଜେଲରେ ବିସ୍ଫୋରକ ରୂପ ନେବ କରୋନା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଓଡ଼ିଶା ଜେଲ୍‌ରେ ପଶିଲାଣି ମହାମାରୀ କରୋନା। ପୁରୀ, ରାଉରକେଲା ଓ ବ୍ରହ୍ମପୁର ଜେଲ୍‌ର ୧୦ କଏଦୀଙ୍କଠାରେ କୋଭିଡ୍‌-୧୯ ପଜିଟିଭ୍‌ ଠାବ ପରେ ଜେଲ୍‌ରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ଏଯାଏ ସମସ୍ତ କଏଦୀ ଓ କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷା ହୋଇନାହିଁ। କେବଳ ମାସ୍କ ଓ ସାନିଟାଇଜର ଧରାଇ ଦାୟିତ୍ୱ ସାରିଛି ଜେଲ୍‌ ବିଭାଗ। ପୋଲିସ ଉପରେ ସବୁକିଛି ଛାଡ଼ିଦେଇ ଅଚିନ୍ତାରେ ରହୁଛନ୍ତି ଅଧିକାରୀ। ଧରିତ୍ରୀ ପକ୍ଷରୁ ରାଜ୍ୟର ଦୁଇ ପ୍ରମୁଖ ଝାରପଡ଼ା ଓ ଚୌଦ୍ୱାର ଜେଲ୍‌ରେ କରୋନା ସ୍ଥିତିର ଅନୁସନ୍ଧାନବେଳେ ଏପରି ଅବ୍ୟବସ୍ଥା ନଜରକୁ ଆସିଛି। ରାଜ୍ୟ ଜେଲ୍‌ ବିଭାଗର ଏଭଳି ଢିଲା ପଦକ୍ଷେପ ଆଗାମୀ ଦିନରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।
ହସ୍ତଗତ ସୂଚନାନୁସାରେ, ଜେଲ କର୍ତ୍ତୃପକ୍ଷ ନୂଆ କଏଦୀଙ୍କ ସ୍ବାବ୍‌ ପରୀକ୍ଷା ନ କରି ପୋଲିସ ଉପରେ ଭରସା କରୁଛନ୍ତି। କାରଣ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋଭିଡ଼ ପରୀକ୍ଷା କରାଇ କୋର୍ଟ ଚାଲାଣ କରୁଛି। ତେଣୁ ଅଭିଯୁକ୍ତ ଜଣକ ଜେଲ୍‌ ଆସିଲେ କେବଳ ଥର୍ମାଲ ସ୍କ୍ରିନିଂ ଛଡ଼ା ତାଙ୍କର ଆଉ କୌଣସି ପରୀକ୍ଷା କରାଯାଉ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ନିଆଯାଇଥିବା ସ୍ବାବ୍‌ ରିପୋର୍ଟ ୩ଦିନ ପରେ ଆସିବାବେଳକୁ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ କଏଦୀ ଓ କର୍ମଚାରୀମାନେ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ଏପଟେ କଏଦୀମାନେ ମିଳିମିଶି ଖାଉଥିବା ନେଇ ଜେଲ୍‌ କର୍ତ୍ତୃପକ୍ଷ ନିଜେ କହୁଛନ୍ତି। ଫଳରେ ଏସବୁ କାରଣରୁ ରାଜ୍ୟରେ ବିଭିନ୍ନ ଜେଲ୍‌ରେ ଏବେ ସଂକ୍ରମଣ ବ୍ୟାପିବାର ବାଟ ଫିଟିଯାଇଛି। ଏ ସମ୍ପର୍କରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଜେଲକୁ ଆସୁଥିବା ନୂଆ କଏଦୀଙ୍କୁ ପୋଲିସ କରୋନା ପରୀକ୍ଷା କରୁଛି। କିନ୍ତୁ ଆମେ ତାଙ୍କୁ ଜେଲରେ ଏକ ସ୍ବତନ୍ତ୍ର ସେଲ୍‌ରେ ରଖୁଛୁ। ସେମାନଙ୍କୁୁ କାହା ସଂସ୍ପର୍ଶରେ ଆସିବାକୁ ଦିଆଯାଉ ନାହିଁ। ସମସ୍ତଙ୍କୁ ଅଲଗା ଅଲଗା ସେଲ୍‌ରେ ରଖାଯାଉଛି। ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ କୋଭିଡ୍‌ ପରୀକ୍ଷା କରୁଛୁ। ରିପୋର୍ଟ ପଜିଟିଭ୍‌ ଆସିଲେ ଚିକିତ୍ସା ପାଇଁ ତାଙ୍କୁ କୋର୍ଟ ଜାମିନ ଦେଉଛନ୍ତି। ସେ ସୁସ୍ଥ ହେବା ପରେ ପୁଣି ତାଙ୍କୁ ଜେଲକୁ ଅଣାଯାଉଛି। ତେବେ ଜେଲରେ ରହୁଥିବା କଏଦୀ ଓ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହୁଥିବାବେଳେ ବାସ୍ତାବତା କିନ୍ତୁ ଭିନ୍ନ ରହୁଛି। ରାଜ୍ୟର ଜେଲ୍‌ରେ କୋଭିଡ୍‌ ପରିଚାଳନା ସ୍ଥିତିକୁ ଦେଖିଲେ ବହୁ ବ୍ୟତିକ୍ରମ ନଜରକୁ ଆସୁଛି। ରାଜ୍ୟରେ କଏଦୀଙ୍କୁ କରୋନା ହେବା ପୂର୍ବରୁ ଦେଶର ବହୁ ଘଟଣା ସତର୍କ ଘଣ୍ଟି ବଜାଇଛି। ମୁମ୍ବାଇ ଆର୍ଥରରୋଡ୍‌ ଜେଲ୍‌ରେ ୧୮୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀ ତିହାର ଜେଲ୍‌ର ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଅନ୍ୟ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଚେନ୍ନାଇର କୁଡୁଲୋର ଜେଲ୍‌ର ୪ଜଣ ସଂକ୍ରମିତ ହୋଇଥିବାବେଳେ ଦିଲ୍ଲୀ ମାଣ୍ଡୋଲୀ ଜେଲ୍‌ର ଜଣେ କଏଦୀଙ୍କର ମୁଣ୍ଡ ନେଇଛି କରୋନା। ହେଲେ ଓଡ଼ିଶା ଜେଲ୍‌ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା ଅନୁସନ୍ଧାନରୁ ଜଣାପଡିଛି। ବର୍ତ୍ତମାନ ରାଜ୍ୟରେ ୯୦ ଜେଲ୍‌ ରହିଥିବାବେଳେ କେତେକ ଜେଲ୍‌ରେ କଏଦୀଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ’ ୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୭୨୩୫ଜଣ କଏଦୀଙ୍କୁ ଖଲାସ କରାଯାଇଥିବାବେଳେ ସଂକ୍ରମଣ ଏଡ଼ାଇବାକୁ ବାସ୍ତବମୁଖୀ ପଦକ୍ଷେପ ନିଆଯାଇ ନାହିଁ। କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଝାରପଡ଼ା ଜେଲରେ କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କୌଣସି ସ୍ଥାୟୀ ଡାକ୍ତର ନାହାନ୍ତି। ଜଣେ ଠିକା ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ଏଯାଏ କାର୍ଯ୍ୟରେ ଯୋଗଦେଇନାହାନ୍ତି। କଏଦୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁନି। କେବଳ ଥର୍ମାଲ ସ୍କ୍ରିନିଂ କରାଯାଉଥିବାରୁ ସଂକ୍ରମିତଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନି।
ଜେଲ ବିଭାଗର ତଥ୍ୟ ଅନୁସାରେ, ଝାରପଡ଼ା ଜେଲରେ ୭୪୯ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ମାର୍ଚ୍ଚରେ ୮୨୦ଜଣ ରହିଥିଲେ। କରୋନା ପାଇଁ କର୍ତ୍ତୃପକ୍ଷ ୭୦ଜଣ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ସେହିଭଳି ଚୌଦ୍ୱାର ଜେଲରେ ୯୬୧ ବଦଳରେ ୯୭୪ଜଣ ଅନ୍ତେବାସୀ ରହିଥିବାରୁ ୧୦୦ ଜଣଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାସହ ପ୍ରତିଦିନ ନୂଆ କଏଦୀ ଆସୁଛନ୍ତି ଓ ଆଉ କେତେଜଣ ମଧ୍ୟ ଖଲାସ ହେଉଛନ୍ତି। ତେବେ ସେମାନଙ୍କର କେବଳ ଥର୍ମାଲ ସ୍କ୍ରିନିଂ କରାଯାଇଥିବାରୁ କଏଦୀ ଓ କର୍ମଚାରୀମାନେ ଆଶଙ୍କା ଭିତରେ ରହୁଛନ୍ତି। କାରଣ ଥର୍ମାଲ ସ୍କ୍ରିନିଂରେ କେବଳ କେତେକ ଲକ୍ଷଣ ଜଣାପଡିଥାଏ। ମାତ୍ର ଭାରତରେ ଚିହ୍ନଟ ହୋଇଥିବା ୮୫ ପ୍ରତିଶତ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲକ୍ଷଣ ଜଣାପଡ଼ି ନ ଥିଲା। ଓଡ଼ିଶାରେ ମଧ୍ୟ ଏଭଳି ବହୁ ଆକ୍ରାନ୍ତ ଚିହ୍ନଟ ହେବା ପୂର୍ବରୁ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତେଣୁ କେବଳ ଥର୍ମାଲ ସ୍କ୍ରିନିଂ ଆଗକୁ ବିପଦକୁ ଡାକି ଆଣିପାରେ। ଅନ୍ୟପକ୍ଷରେ ତଦାରଖ ସମୟରେ କର୍ମଚାରୀମାନେ ମଧ୍ୟ ଏକଦୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏହାଛଡ଼ା କର୍ମଚାରୀମାନେ ବାହାରେ ବୁଲାବୁଲି କରିବା ସହ ନିଜ ପରିବାର ଲୋକଙ୍କ ସହ ମିଳାମିଶା କରି ଜେଲ ଭିତରକୁ ଯାଉଛନ୍ତି। ସେହିଭଳି ଏମାନଙ୍କ ଦ୍ୱାରା ଜେଲ୍‌ ଓ ବାହାରେ ମଧ୍ୟ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ଜେଲ୍‌ଗୁଡ଼ିକରେ ବହୁ ପଦବୀ ଖାଲି ରହିଥିବାରୁ ଦାୟିତ୍ୱରେ ରହୁଥିବା କର୍ମଚାରୀ ସଂକ୍ରମିତ ହେଲେ ସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି। ତେଣୁ ଜେଲ୍‌ ପରିସରରେ କଟକଣାକୁ କଡାକଡି ପାଳନ କରାଯିବା ସହ ସମସ୍ତ କଏଦୀ ଓ କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷାର ଜରୁରୀ ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri