ଭାରତରୁ କରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଭାବପ୍ରବଣ ହେଲେ ଡେମୋନିକନ ରିପବ୍ଲିକର ପ୍ରଧାନମନ୍ତ୍ରୀ

ସାଣ୍ଟୋ ଡୋମିନଗୋ,୧୧ ।୨: କରୋନା ଭାଇରସକୁ ହରାଇବା ପାଇଁ ସାରା ବିଶ୍ୱ ପ୍ରୟାସ ଜାରି ରଖିଛି । ପାଖାପାଖି ୧ ବର୍ଷ ହେବ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଏହି ମାହାମାରୀ ପାଇଁ କିଛି ଦେଶ ଭ୍ୟାକ୍ସିନ ବାହାର କରି ସାରିଲାଣି । ଏହି କ୍ରମରେ ଭାରତରେ ମଧ୍ୟ କରୋନା ସହ ଲଢିବାକୁ ୨ଟି ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାକୁ ନେଇ ଭାରତରେ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ସହଯୋଗ ସୂତ୍ରରେ ଭାରତ କିଛି କିଛି ଭ୍ୟାକ୍ସିନ ବା ଟିକା ବିଭିନ୍ନ ଦେଶକୁ ମଧ୍ୟ ପଠାଇଲାଣି । ଏବେ ଭାରତର ଭ୍ୟାକ୍ସିନ ଡୋମିନିକନ ରିପବ୍ଲିକରେ ପହଞ୍ଚିବା ପରେ ସେଠାକାର ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଭାବପ୍ରବଣ ହୋଇଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭ୍ୟାକ୍ସିନ ପହଞ୍ଚିବା ପରେ ଏକ ଔପଚାରିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ କହିଥଲେ ମୋତେ ବିଶ୍ୱାସ ନ ଥିଲା କି ଆମର ଅନୁରୋଧର ଜବାବ ଏତେଶୀଘ୍ର ମିଳିବ ବୋଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । କାରଣ କରୋନା ଭଳି ମାହାମାରୀର ସଙ୍କଟ ସମୟରେ ସମସ୍ତେ ନିଜ ଦେଶର ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ମୋଦି କିନ୍ତୁ ଆମର ଅନୁରୋଧ ସ୍ୱିକାର କରିଛନ୍ତି । ଭାରତ ମୋଟ ୩୫୦୦୦ ଭ୍ୟାକ୍ସିନ ପଠାଇଥିବା ବେଳେ ଡେମୋନିକ ରିପବ୍ଲିକର ମୋଟ ୭୨ ହଜାର ଜନସଂଖ୍ୟାରୁ ଅଧା ଲୋକଙ୍କ ଜୀବନ ରକ୍ଷା ହୋଇଯିବ ବୋଲି ରୁଜଭେଲ୍ଟ କହିଛନ୍ତି । ସୂଚନାଯୋଗ୍ୟ, ଫେବୃୟାରୀ ୯ରେ ଡୋମୋନିକାର ଡଗଲର୍ସ-ଚାର୍ଲସ ଏହାର ପୋର୍ଟରେ ଭାରତର ଭ୍ୟାକ୍ସିନ ପହଞ୍ଚିବା ପରେ ନିଜେ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ଭ୍ୟାକ୍ସିନ ରିସିଭ କରିବାକୁ ପହଞ୍ଚିଥିଲେ । ଏହାସହ ଭ୍ୟାକ୍ସିନ ଓହ୍ଲାଇବା ବେଳେ ମଧ୍ୟ ଏମାନେ ସହଯୋଗ କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri