CORONAVIRUS UPDATE: ରାଜ୍ୟରେ ୭୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି। ରାଜ୍ୟରେ ଗୁରୁବାର ପୁଣି ୨୮୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ଟପିଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ କ୍ୱାରାଣ୍ଟାଇନ୍‌ରୁ ଓ ୧୧୦୬ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ଟି ଜିଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୫୨୪, କଟକ ୨୪୧, ନୟାଗଡ଼ରେ ୨୩୨ ଓ ଗଞ୍ଜାମର ୨୨୬ ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୬, ବାଲେଶ୍ୱର ୧୪୦, ବରଗଡ଼ ୯, ଭଦ୍ରକ ୧୦୭, ବଲାଙ୍ଗୀର ୧୭୩, ବୌଦ୍ଧ ୧, ଦେବଗଡ଼ ୩, ଢ଼େଙ୍କାନାଳ ୪୪, ଗଜପତି ୫୩, ଜଗତସିଂହପୁର ୮୪, ଯାଜପୁର ୬୯, ଝାରସୁଗୁଡ଼ା ୪୯, କଳାହାଣ୍ଡି ୭୬, କନ୍ଧମାଳ ୬୩, କେନ୍ଦ୍ରପଡ଼ା ୫୭, କେନ୍ଦୁଝର ୩୫, କୋରାପୁଟ ୧୩୨, ମାଲକାନଗିରି ୫୬, ମୟୁରଭଞ୍ଜ ୫୩, ନବରଙ୍ଗପୁର ୩୭, ନୂଆପଡ଼ା ୮, ପୁରୀ ୧୦୪, ରାୟଗଡ଼ା ୧୦୫, ସମ୍ବଲପୁର ୭୭, ସୁବର୍ଣ୍ଣପୁର ୨୩, ସୁନ୍ଦରଗଡ଼ ୧୦୧ଜଣ ଆକ୍ରାନ୍ତ ରହିଛନ୍ତି। ସୂଚନା ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ରେ ପହଞ୍ଚିଛି। ସେଥିମଧ୍ୟରୁ ୪୬,୯୩୫ଜଣ ସୁସ୍ଥ ଓ ୨୨,୬୫୧ ଜଣ ଚିକିତ୍ସାଧିନ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି।