CORONAVIRUS UPDATE: ରାଜ୍ୟରେ ୪୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୨୩ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୯୬ ହଜାର ୬୬୬ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୫୩ଜଣ ଥିବା ଜଣାପଡିଛି। ସେହିପରି କଟକ ୫୬୭, ମୟୁରଭଞ୍ଜ ୧୨୭, ବରଗଡ ୧୦୮, ଭଦ୍ରକ ୧୦୫, ବାଲେଶ୍ୱର ୧୬୨, ଯାଜପୁର ୧୫୧, ରାୟଗଡାରୁ ୬୨, ନବରଙ୍ଗପୁର ୧୪୩, କେନ୍ଦ୍ରାପଡା ୧୦୯, କୋରାପୁଟ ୭୭, ଜଗତସିଂହପୁର ୧୯୩, ଢେଙ୍କାନାଳରୁ ୫୬, ଝାରସୁଗୁଡା ୧୭୪, ଅନୁଗୋଳ ୧୫୫, ନୂଆପଡା ୭୪, ସମ୍ବଲପୁର ୧୩୦, ସୁନ୍ଦରଗଡ ୧୩୮, ସୋନପୁର ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।